Only for Entertainment

ପେଟରେ ଜଳାପୋଡା ହେଉଛି କି ? ଡାଏଟରେ ସାମିଲ କରନ୍ତୁ ଏହି ୫ଟି ଡ୍ରିଙ୍କସ୍

INLIFE Healthcare
42

ଅସ୍ୱାସ୍ଥ୍ୟ କର ଖାଦ୍ୟ ଖାଇବା ଦ୍ୱାରା ପେଟ ସମସ୍ୟା ଦେଖାଯାଇଥାଏ । ତେବେ ପେଟ ଜଳିବା ସମସ୍ୟା ଅନେକଙ୍କ ଠାରେ ଦେଖିବାକୁ ମିଳିଥାଏ । ଏହା ଫଳରେ ଏସିଡିଟି, ଫୁଡ ଆଲର୍ଜି, ଫୁଡ ପଏଜନିଂ, ଡାୟରିଆ ଆଦି ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ପେଟ ଜଳିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ୫ଟି ଡ୍ରିଙ୍କ ।

ପାନମଧୁରୀ ପାଣି –
ପାନ ମଧୁରୀ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଏହା ପେଟ ଜଳିବା ସମସ୍ୟାରୁ ମୁକ୍ତି ଦେଇଥାଏ । ଏଥିପାଇଁ ପାନମଧୁରୀକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ । ସକାଳୁ ଏହି ପାଣିକୁ ଛାଣି ଫୁଟାଇ ପିଅନ୍ତୁ ।

ପୋଦିନା ଜୁସ-
ପୋଦିନାରେ ମେନ୍ଥଲ ରହିଥାଏ । ଏହା ପେଟକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ପୋଦିନାକୁ ବାଟି ଏହାର ରସ ବାହାର କରନ୍ତୁ । ଏବଂ ଏହି ରସରେ ମହୁ ଏବଂ ଲେମ୍ବୁ ପକାଇ ପିଅନ୍ତୁ । ଏହା ଜଳା ପୋଡା ସମସ୍ୟାରୁ ମୁକ୍ତି ଦେଇଥାଏ ।

ଗାଜର-ପୋଦିନା ଜୁସ-
ଗାଜର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଏହାର ଜୁସ ନା କେବଳ ଶରୀର ପାଇଁ ଲାଭ ଦାୟକ ବରଂ ପେଟ ଜଳା ପୋଡାରୁ ବି ଏହା ମୁକ୍ତି ଦେଇ ଥାଏ । ଗାଜର ଏବଂ ପୋଦିନାକୁ ବାଟି ଏହାର ରସକୁ ପିଅନ୍ତୁ । ଏହା ଜଳା ପୋଡା ସମସ୍ୟାରୁ ମୁକ୍ତି ଦେଇଥାଏ ।

ବିଟ ରସ-
ବିଟ ରସ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ । ଏଥିରେ ଥିବା ଆଣ୍ଟିବାୟୋଟିକ୍ସ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହେବା ସହିତ ଏହା ପେଟ ଜନ୍ତ୍ରଣା ଏବଂ ପେଟ ଜଳା ସମସ୍ୟାକୁ ଦୂରେଇ ଥାଏ ।

ପାଳଙ୍ଗ ଜୁସ-
ଏହି ଜୁସ ପଚନ କ୍ରିୟାକୁ ଠିକ କରିଥାଏ । ପେଟ ଥଣ୍ଡା ରଖିବା ପାଇଁ ଏହା ଖୁବ ଉପକାରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More