Only for Entertainment

କେବଳ ଖାଇବାରେ ଅନେକ ରୋଗ ମୁକ୍ତ କରିବାରେ ମଧ୍ୟ ସହାୟକ ହୋଇଥିବା ଲୁଣ !

37

ଲୁଣ ବିନା ଖାଦ୍ୟର କୌଣସି ସ୍ବାଦ ନ ଥାଏ। କିନ୍ତୁ ଯଦି ଆପଣ ଗାଧୋଇବା ସମୟରେ ପାଣିରେ ଲୁଣ ପକାଉଛନ୍ତି, ତେବେ ଅନେକ ପ୍ରକାରର ରୋଗରୁ ରକ୍ଷା ପାଇପାରିବେ। ଅର୍ଥାତ୍‌ ଲୁଣ ପାଣିରେ ଗାଧୋଇବା ରୋଗକୁ ଦୂରକୁ ଭଗାଇବା ଭଳି ହୋଇଥାଏ। ଏହା ଅନେକ ପ୍ରକାରର ରୋଗ ଓ ସଂକ୍ରମଣରୁ ରକ୍ଷା କରିଥାଏ। ଚାଲନ୍ତୁ ଜାଣିବା ଲୁଣ ପାଣିରେ ଗାଧୋଇବାର ଫାଇଦା ସମ୍ପର୍କରେ।

ଜ୍ବର ହୋଇଥିଲେ ହାଲୁକା ଉଷୁମ ପାଣିରେ ସୈନ୍ଧବ ଲବଣ ପକାଇ ଗାଧାନ୍ତୁ। ଏକ ବାଲ୍ଟି ଉଷୁମ ପାଣିରେ ଦୁଇ ଚାମଚ ଲୁଣ, ଏକ ଚାମଚ ନଡ଼ିଆ ତେଲ ମିଶାଇ ଏହି ପାଣିରେ ଗାଧାନ୍ତୁ। ଏହି ପାଣିରେ ଗାଧୋଇବା ଫଳରେ ଜ୍ବର ଓ ଥଣ୍ଡାରୁ ଶୀଘ୍ର ମୁକ୍ତି ମିଳିଥାଏ।

ମାଂସପେଶୀରେ ଯନ୍ତ୍ରଣା ମଧ୍ୟ ଲୁଣ ପାଣିରେ ଗାଧୋଇବା ଦ୍ବାରା ଠିକ୍‌ ହୋଇପାରେ। ସଲ୍ଟ ୱାଟର୍‌ ବାଥ୍‌ ଶରୀରରେ କ୍ୟାଲ୍‌ସିୟମ ଅଭାବକୁ ମଧ୍ୟ ଦୂର କରି ହାଡ଼ ଓ ନଖକୁ ମଜ୍‌ବୁତ କରେ।

ଲୁଣ ପାଣିରେ ଅନେକ ମିନେରାଲ୍ସ ଓ ପୋଷକତତ୍ତ୍ବ ମିଳିଥାଏ, ଯାହା ଆପଣଙ୍କ ତ୍ବଚାକୁ ୟଙ୍ଗ କରିଥାଏ। ମ୍ୟାଗ୍ନେସିୟମ୍‌, କ୍ୟାଲ୍‌ସିୟମ, ବ୍ରୋମାଇଡ୍‌, ସୋଡିୟମ୍‌ ଭଳି ମିନେରାଲ୍ସ ତ୍ବଚାର ଲୋମ ଛିଦ୍ରରେ ପ୍ରବେଶ କରି ତ୍ବଚାର ଭିତର ସ୍ତରରୁ ସଫା କରି ଏହାକୁ ସୁସ୍ଥ ଓ ଚମକଦାର ରଖେ। ଲୁଣ ପାଣିରେ ଗାଧୋଇବା ଫଳରେ ତ୍ବଚାରୁ ବିଷାକ୍ତ ତତ୍ତ୍ବ ବାହାରିଯାଏ ଓ ଚର୍ମ ଭିତରୁ ସଫା ହୋଇଯାଏ। ଲୁଣ ପାଣି ଚର୍ମରୁ ବ୍ୟାକ୍ଟେରିଆକୁ ବାହାର କରି ଏହାକୁ ୟଙ୍ଗ କରିଥାଏ।

ନିୟମିତ ଭାବେ ଲୁଣ ପାଣିରେ ଗାଧୋଇବା ଫଳରେ ଦାଗ ଓ ରିଙ୍କଲ୍ସ କମ୍‌ ହୋଇଥାଏ। ତ୍ବଚା ନରମ ଓ ମୁଲାୟମ ମଧ୍ୟ ହୋଇଥାଏ। ଏହା ଚର୍ମ ମଏଶ୍ଚରକୁ ସନ୍ତୁଳିତ ରଖେ।

ଲୁଣ ପାଣିରେ ଗାଧୋଇବା ଦ୍ବାରା କୁଣ୍ଡାଇ ହେବା ସମସ୍ୟା ଦୂର ହେବା ସହ ଭଲ ନିଦ ହୋଇଥାଏ। ଯେଉଁମାନେ ଅନିଦ୍ରା ରୋଗରେ ପୀଡ଼ିତ ସେମାନେ ଏହି ଉପାୟ ଅବଲମ୍ବନ କରିପାରିବେ।

ଲୁଣ ପାଣିରେ ଗାଧୋଇବା ଶାରୀରିକ ସହିତ ମାନସିକ ସ୍ବାସ୍ଥ୍ୟ ପାଇଁ ଉତ୍ତମ। ଏହି ପାଣିରେ ଗାଧୋଇବା ପରେ ଆପଣ ଅଧିକ ଶାନ୍ତ, ଖୁସି ଓ ଆରାମ ଅନୁଭବ କରିବେ। ଏହା ଏକ ଉତ୍ତମ ଷ୍ଟ୍ରେସ୍‌ ବୁଷ୍ଟର ଭାବେ କାମ କରେ। ଏହା ମାନସିକ ଶାନ୍ତି ମଧ୍ୟ ବଢ଼ାଇଥାଏ।

ପାଦ ଉପରେ ଶରୀରର ସବୁଠାରୁ ଅଧିକ ଚାପ ପଡ଼ିଥାଏ। କାରଣ ଏହା ଅଧିକ ସମୟ ଚଲାବୁଲା କରିଥାଏ ଓ ଶରୀରକୁ ସପୋର୍ଟ କରେ। ତେଣୁ ପାଦା ମାଂସପେଶୀ ନରମ ହୋଇଯାଏ ଓ ବେଳେ ବେଳେ ଛାଲ ମଧ୍ୟ ପଡ଼ିଯାଏ। ଲୁଣ ପାଣିରେ ଗାଧୋଇବା ଫଳରେ ମାଂସପେଶୀ ଯନ୍ତ୍ରଣା ଓ ଟାଇଟ୍‌ନେସ୍‌ରୁ ମୁକ୍ତି ମିଳେ। ଏଥିସହିତ ଏହା ପାଦ ଦୁର୍ଗନ୍ଧକୁ ମଧ୍ୟ ଦୂର କରେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More