Only for Entertainment

ଏହି ୫ଟି ସହଜ ପ୍ରକ୍ରିୟା ଦ୍ୱାରା ଘରେ ବସି ମୋଟାପଣ ଦୂର କରନ୍ତୁ

clickondetroit.com
0 35

ବ୍ୟସ୍ତବହୁଳ ଜୀବନଶୈଳୀରେ ଆମେ ଆମ ଶରୀର ପ୍ରତି ଗୁରୁତ୍ୱ ଦେଇପାରୁନାହୁଁ । ଏହି କାରଣରୁ ଅଧିକାଂଶ ବ୍ୟକ୍ତି ଏହା ଦ୍ୱାରା ମୋଟାପଣର ଶିକାର ହୋଇଥାଆନ୍ତି । ମୋଟାପଣ ଅଧିକତର ପେଟରୁ ହିଁ ନଜରକୁ ଆସିଥାଏ । ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ତ ନୁହେଁ ଏବଂ ଏହା ବାହାରକୁ ଅତ୍ୟନ୍ତ ଖରାପ ମଧ୍ୟ ଦିଶିଥାଏ ।

ମୋଟାପଣର ବଡ କାରଣ ଖାଇବା-ପିଇବା ଉପରେ ବିଶେଷ ଧ୍ୟାନ ନଦେବା ଦ୍ୱାରା ଏବଂ ବ୍ୟାୟାମ ଓ ଯୋଗ ଆଦି ପାଇଁ ସମୟ ନ ବାହାର କରି ପାରିବାଦ୍ୱାରା ଏଭଳି ସମସ୍ୟା ଦେଖାଯାଇଥାଏ ।

ଯଦି ଆପଣଙ୍କ ପାଖେ ସମୟ ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ, କାରଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ, ଡାଏଟିଂ ଏବଂ ବ୍ୟାୟାମ ବିନା ମଧ୍ୟ ଆପଣ ଓଜନ ଘଟାଇ ପାରିବେ । କେବଳ ଆପଣଙ୍କୁ ଆପଣଙ୍କ ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ପଡିବ ।

  • ଶୋଇବାର ସଠିକ୍ ପ୍ରଣାଳୀ: ଅନେକ ଚିନ୍ତାରୁ ମୁକ୍ତି ପାଇଁ ଶୋଇବା ପ୍ରଣାଳୀ ସହାୟକ ହୋଇଥାଏ । ସାମାନ୍ୟ ରୂପେ ଜଣେ ବ୍ୟକ୍ତିକୁ ୭ରୁ୮ଘଂଟା ଶୋଇବା ଜରୁରୀ । ତେଣୁ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଅଧିକାଂଶ ବ୍ୟକ୍ତି ବେଶୀ ସମୟ ଶୋଇପାରୁନାହାନ୍ତି ଏବଂ ଏହା ହେଉଛି ମୋଟାପଣର ମୁଖ୍ୟ କାରଣ ।
  • ସୋଡା ପିଇବା ବଦଳରେ ପାଣି ପିଅନ୍ତୁ: ଯଦି ଆପଣ ସୋଡା ଏବଂ ଅନ୍ୟ କିଛି ସାଇଂଟିଫିକ ପାଣି ସେବନ କରିବାକୁ ପସନ୍ଦ କରୁଛନ୍ତି ତେବେ ଏହାଦ୍ୱାରା ଓଜନ ବଢିବା ସମସ୍ୟା ଦେଖାଯାଇଥାଏ । ଏହି ପ୍ରକାର ପାନୀୟ-ପଦାର୍ଥରେ ଭରପୂର ମାତ୍ରାରେ କ୍ୟାଲୋରି ରହିଥାଏ ଯାହାଦ୍ୱାରା ଓଜନ ବଢିବା ନିର୍ଦ୍ଧାରିତ ଅଟେ । ଏଥିପାଇଁ ଯଦି ଆପଣ ଅତ୍ୟଧିକ ଶୋଷ ଅନୁଭବ କରନ୍ତି ତେବେ ସାଇଂଟିଫିକ ପାଣି ପରିବର୍ତ୍ତେ ସାଧା ପାଣି ପିଅନ୍ତୁ ।
  • ଚ୍ୱିଂଗମ ଚୋବାନ୍ତୁ ନାହିଁ : ଚ୍ୱିଂଗମ ଚୋବାଇବା ସମସ୍ତଙ୍କୁ ପସନ୍ଦ । ଆପଣଙ୍କୁ ହୁଏତ ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ଚ୍ୱିଂଗମ ଚୋବାଇବା ଦ୍ୱାରା ଆପଣଙ୍କ ମୋଟାପଣ ବୃଦ୍ଧି ହୋଇଥାଏ । ଏଥିରେ ମହଜୁଦ ମିଠା ଅଂଶ କ୍ୟାଲୋରି ବୃଦ୍ଧିରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ପେଟରେ ମୋଟାପଣ ଦେଖାଯାଇଥାଏ ।
  • ସିଧା ଛିଡା ହେବା : ଯଦି ଆପଣ ଆପଣଙ୍କ ବଢିଥିବା ପେଟକୁ ନେଇ ଚିନ୍ତିତ ତେବେ ଆଜିଠାରୁ ସିଧା ଛିଡା ହେବାର ଅଭ୍ୟାସକୁ ଆପଣାନ୍ତୁ । ପେଟର ଫ୍ୟାଟ କମାଇବା ପାଇଁ ଏହା ହେଉଛି ସବୁଠାରୁ ସଠିକ୍ ଭଙ୍ଗୀ । ଏହି ପ୍ରକ୍ରିୟା ଅନେକଗୁଡିଏ ଅଧ୍ୟୟନରୁ ଜାଣିବାକୁ ମିଳିଛି ।
  • ପେଟ ଭିତରକୁ କରି ବସିବା: ଯଦି ଆପଣ ବସିଛନ୍ତି ତେବେ ଚେଷ୍ଟା କରନ୍ତୁ ଆଣ୍ଠୁକୁ ମୋଡି ନିଶ୍ୱାସ ଭିତରକୁ ଠେଲି ୩୦ସେକେଣ୍ଡ ପର୍ଯ୍ୟନ୍ତ ବସନ୍ତୁ । ଯଦି ଆପଣ ଏହି ପ୍ରକ୍ରିୟାକୁ ପ୍ରତିଦିନ ୫ରୁ ୬ଥର କରିବେ ତେବେ କିଛି ଦିନ ମଧ୍ୟରେ ଏହାର ପରିଣତି ଆପଣଙ୍କ ନଜରକୁ ଆସିବାକୁ ଲାଗିବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More