Only for Entertainment

ଏହି ପାର୍କକୁ ସଫା ରଖିଥାନ୍ତି ୬ ବୁଦ୍ଧିମାନ କାଉ ! ଜାଣନ୍ତୁ କେଉଁଠି ।

Spirit animals
0 37

ଫ୍ରାନ୍ସର ଏକ ଐତିହାସିକ ଥିମ ପାର୍କର ପରିଷ୍କାର ପରିଚ୍ଛନ୍ନତା ଦାୟିତ୍ୱ ରହିଛି ୬ ଟି କୁଆଙ୍କ ହାତରେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ । ଅଳିଆ ସଫା କରିବା ପାଇଁ ଏହି କୁଆମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ଦିଆଯାଇଛି । ସେମାନେ ପାର୍କରେ ପଡିଥିବା ଜରି ଠାରୁ ଆରମ୍ଭ କରି ସିଗାରେଟ ଟୁକୁଡାକୁ ମଧ୍ୟ ଉଠାଇ ଡଷ୍ଟବିନରେ ପକାଉଛନ୍ତି ।

ପାର୍କରେ ପଡିଥିବା ଅଳିଆ ଗୁଡିକୁ ସଫା କରିବା ବଦଳରେ କାଉମାନଙ୍କୁ ଖାଇବା ଦିଆଯାଇଥାଏ । ସୂଚନା ଅନୁସାରେ ଅଳିଆ ଆଣି ଡଷ୍ଟବିନରେ ପକାଇବା ବଦଳରେ ତାଙ୍କୁ ସେଠାରେ ଖାଇବା ଦିଆଯାଇଥାଏ ଏବଂ ଖାଇବା ପାଇବା ପରେ କୁଆମାନେ ଖୁସି ହୋଇ ପାର୍କକୁ ସଫା କରିଥାନ୍ତି ।

ପାର୍କର ଅଧିକାରୀ ନିକୋଲସଙ୍କ କହିବା ଅନୁସାରେ କୁଆମାନଙ୍କୁ ସାଧାରଣତଃ ଆମେ ବୁଦ୍ଧିମାନ ବୋଲି ଗ୍ରହଣ କରିଥାଉ । ମଣିଷଙ୍କ ସହ ସେମାନେ ସମ୍ପର୍କ ଖୁବ ଶୀଘ୍ର ଯୋଡିପାରିଥାନ୍ତି । ଆମେ ଏହି କୁଆମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଇଛୁ, ଆମର ଉଦ୍ଦେଶ୍ୟ କେବଳ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା ନୁହେଁ ବରଂ ପାର୍କକୁ ଆସୁଥିବା ଲୋକମାନଙ୍କୁ ମଧ୍ୟ ସ୍ୱଚ୍ଛତା ପାଇଁ ପ୍ରେରିତ କରିବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More