Only for Entertainment

ପ୍ରତିଦିନ ପୂଜା କରିବା ବେଳେ ପାଳନ୍ତୁ ଏହି ୫ଟି ନିୟମ : ମିଳିବ ଶାନ୍ତି

4to40.
0 74

ହିନ୍ଦୁ ଧର୍ମରେ ପ୍ରାତଃ ପୂଜାର ଅନେକ ମହତ୍ୱ ରହିଛି । ବିଶ୍ୱାସ ଅଛି ଯେ ପ୍ରାତଃ ପୂଜାରେ ମନକୁ ଅପାର ଶାନ୍ତି ମିଳିଥାଏ ଓ ପୁରା ଦିନ ଆନନ୍ଦରେ ବିତିଥାଏ । କିନ୍ତୁ ଯଦି ଦେଖୁଛନ୍ତି ଯେ ସବୁ ଠିକଠାକ୍ କଲା ପରେ ବି ଯଦି ଆପଣଙ୍କ ମନ ଅଶାନ୍ତ ରହୁଛି, ତାହେଲେ ଏହାର ଅର୍ଥ ଯେ ଆପଣଙ୍କ ପୂଜାରେ କେଉଁଠି ନା କେଉଁଠି କିଛି ଭୁଲ୍ ରହିଯାଉଛି । ଏଣୁ ପୂଜା କଲାବେଳେ ସେହି ଭୁଲକୁ ନଦୋହରାଇବା ପାଇଁ ଜାଣନ୍ତୁ କିଛି ନିୟମ ।

  • କୈାଣସି ମନୋକାମନା ପୂର୍ଣ୍ଣ ହେବା ହେଲେ ଦକ୍ଷିଣା ଅବଶ୍ୟ ଦିଅନ୍ତୁ ।
  • କେବେ ବି ଷ୍ଟିଲର ପାତ୍ରକୁ ପୂଜାରେ ବ୍ୟବହାର କରନ୍ତୁ ନାହିଁ । ଧାର୍ମିକ କାର୍ୟ୍ୟରେ ଷ୍ଟିଲକୁ ଅଶୁଦ୍ଧ ଧରାଯାଏ ।
  • ସ୍ନାନ ନକରି ତୁଳସି ପତ୍ରକୁ ସ୍ପର୍ଶ କରନାହିଁ । ଶାସ୍ତ୍ର ଅନୁସାରେ ଯଦି କେହି ସ୍ନାନ ପୂର୍ବରୁ ତୁଳସି ପତ୍ରକୁ ଛିଣ୍ଡାଇଥାଏ, ଭଗବାନ ପୂଜା ସ୍ୱୀକାର କରିନଥାନ୍ତି ।
  • ଘରେ ପୂଜା କରିବା ବେଳେ ସକାଳ-ସନ୍ଧ୍ୟାରେ ଦୀପ ଜଳାଇବା ଉଚିତ୍ ଏବଂ ଶନିବାର ଦିନ ଏକ ଦୀପ ଘିଅର ଓ ଅନ୍ୟ ଏକ ଦୀପ ଶନିଦେବଙ୍କ ନାଁରେ ସୋରିଷ ତେଲରେ ଜଳାଇବା ଉଚିତ୍ ।
  • ବିଶ୍ୱାସ କରାଯାଏ ବୁଧବାର ଓ ରବିବାର ଦିନ ଅଶ୍ୱତ୍ଥ ଗଛରେ ଜଳ ଦେବା ଉଚିତ ।
  • ଆଲମୁନିୟମରେ ତିଆରି ପାତ୍ରରେ କେବେ ବି ଗଙ୍ଗାଜଳ ରଖିବା ଉଚିତ୍ ନୁହେଁ । କାରଣ ଏହା ଅପବିତ୍ର ବୋଲି ଧରାଯାଏ । ଗଙ୍ଗାଜଳକୁ ତମ୍ବା ପାତ୍ରରେ ରଖିବା ଶୁଭ ଅଟେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More