Only for Entertainment

ଇମ୍ୟୁନିଟି ସିଷ୍ଟମକୁ ଠିକ ରଖିବା ପାଇଁ ନିହାତି ଖାଆନ୍ତୁ ଏହି ୬ଟି ପରିବା ।

apnitokri.com
28

ଗ୍ରୀଷ୍ମଦିନ ଆସିବା ମାତ୍ରେ ବିଭିନ୍ନ ସମସ୍ୟା ଆସିଯାଏ । ଶରୀରରେ ବିଭିନ୍ନ ଛୋଟ ଛୋଟ ରୋଗ ଦେଖାଦିଏ । ତେବେ ଏହାକୁ ନେଇ ଆଜି ଆଲୋଚନା କରିବା କିଛି ସାଧାରଣ କଥା ।କୁହାଯାଏ ଏଭଳି କିଛି ପରିବା ଅଛି ଯାହାକୁ ଖାଇବା ଦ୍ୱାରା ଆପଣଙ୍କୁ ଗ୍ରୀଷ୍ମଦିନେ ହେଉଥିବା ସମସ୍ୟାରୁ ରକ୍ଷା ମିଳିବ ।

ଲାଉ- ଏହାକୁ ଖାଇବା ଦ୍ୱାରା ପେଟ ଗଡ଼ବଡ଼ ହୋଇଥିଲେ ଠିକ ହୋଇଯାଏ । କାରଣ ଏହା ଖୁବ ଥଣ୍ଡା । କ୍ୟାଲୋରୀର ମାତ୍ରା ମଧ୍ୟ କମ । ଏହା ସହିତ ଫାଇବର ଅଧିକ ରହିଥାଏ । ଖାଦ୍ୟ ହଜମ ମଧ୍ୟ ହୋଇଯାଏ । ତେଣୁ ଗ୍ୟାସ ମଧ୍ୟ ଦୂର ହୁଏ ।

ଟମାଟୋ- ଏହା ଇମ୍ୟୁନ ସିଷ୍ଟମକୁ ଠିକ ରଖିଥାଏ । କାରଣ ଏଥିରେ ଭିଟାମିନ ଏ, ସି, ଫଲିକ ଏସିଡ, ପୋଟାସିୟମ, ଫାଇବର ଏବଂ ଆଂଟି ଅକ୍ସିଡାଂଟ ଗୁଣ ଭରପୂର ମାତ୍ରାରେ ରହିଥାଏ । ଏହାକୁ ପ୍ରତିଦିନ ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ।

ରକ୍ତଚାପ ନିୟନ୍ତ୍ରଣରେ ରହେ । ଏହା ସହିତ ଯଦି ଆପଣଙ୍କର ହୃଦରୋଗ ସମସ୍ୟା ଅଛି ତେବେ ଆଜିଠାରୁ ଏହାକୁ ଖାଇବା ଆରମ୍ଭ କରି ଦିଅନ୍ତୁ ।

ପିଆଜ- ହିଟ ଷ୍ଟ୍ରୋକରୁ ରକ୍ଷା କରେ । ଏଥିରେ ଥିବା କ୍ୟାଲସିୟମ, ଆଇରନ ଓ ଅନ୍ୟ ତତ୍ତ୍ୱ ସବୁ ଶକ୍ତି ଯୋଗାଇଥାଏ । ଖରା ଦିନ ପାଇଁ ଏହା ଯଥେଷ୍ଟ ମାତ୍ରାରେ ଭଲ ।

କଲରା- ଏହା ଭୋକ ବଢାଇଥାଏ । ଏହା କୋଷ୍ଠକାଟିନ୍ୟ ସମସ୍ୟାରୁ ରକ୍ଷା କରେ ।

ଏହା ସହିତ ଗ୍ରୀନ ବିନ୍ସ ଏବଂ ସୀତାଫଳ ଗରମ ଦିନ ପାଇଁ ଖୁବ ଉପକାରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More