Only for Entertainment

୭ମାସ ଶିଶୁର ଏଭଳି କେଶ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ, ଇନଷ୍ଟାଗ୍ରାମରେ ରହିଛନ୍ତି ଅନେକ ଫଲୋର୍ସ !

khabarNDTV
0 43

ଗୋଟେ ବୟସ ପରେ କେଶ ଉପୁଡିବା ସାଧାରଣ କଥା । ଅନେକ ସମୟରେ ଖାଦ୍ୟପେୟ ଏବଂ ଚିନ୍ତା ଯୋଗୁଁ ମଧ୍ୟ କେଶ ଉପୁଡିଥାଏ । ଏହିକାରଣରୁ ଉତ୍ତମ କେଶ ପାଇଁ ଲାଇଫଷ୍ଟାଇଲରେ ପରିବର୍ତ୍ତନ କରିବା ପାଇଁ ସୂଚନା ଦିଆଯାଇଥାଏ । ସେହିଭଳି ନବଜାତ ଶିଶୁଙ୍କର କେଶ ଖୁବ ପତଳା ଏବଂ ଦୁର୍ବଳ ଥାଏ । ଯଦିଓ କିଛି ଦିନ ପରେ ତାଙ୍କ କେଶ ବଢିଥାଏ ଏବଂ ଘନ ହୋଇଯାଏ । କିନ୍ତୁ ଏଠାରେ ଆମେ ଆପଣଙ୍କୁ ଏକ ଏଭଳି ଶିଶୁ ସହ ଭେଟ କରାଇବାକୁ ଯାଉଛୁ ଯାହାର ମୁଣ୍ଡରେ ଏତେ କେଶ ରହିଛି ଯାହା ଆପଣ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଦେଖନ୍ତୁ ଏହି କୁନି ଶିଶୁ ମୁଣ୍ଡରେ କେତେ ଘନ କେଶ ରହିଛି । ଏକ ରିପୋର୍ଟ ମୁତାବକ ଏହି ଶିଶୁ ଜଣକ ନାଁ ଚାଂକୋ ଅଟେ ଯିଏ ପୂର୍ବ ବର୍ଷ ଡିସେମ୍ବରରେ ଜନ୍ମ ହୋଇଥିଲେ । ଜନ୍ମ ହେଲା ବେଳରୁ ହିଁ ଏହି ଶିଶୁ ମୁଣ୍ଡରେ ଘନ କେଶ ଥିଲା ।


ଏହି ଶିଶୁର ଇନଷ୍ଟାଗ୍ରାମରେ ଅନେକ ଫଲୋର୍ସ ରହିଛନ୍ତି ।


ଏଭଳି ଘନ କେଶ ଦେଖିଲେ ଆପଣଙ୍କୁ ମଧ୍ୟ ଈର୍ଷା ହେବ ।ଏହି ଶିଶୁ ଜଣକ କୌଣସି ମଡେଲରୁ କମ ଦିଶୁ ନାହିଁ ।


ଶିଶୁଟିର ସମୟ ମୁତାବକ ହେୟାର କଟ ମଧ୍ୟ କରାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More