Only for Entertainment

୭୦ଦଶକର ସୁପରହିଟ୍ ଟ୍ରାକ୍ ‘ମିଲୋ ନା ତୁମ୍’ କୁ ନେଇ ନୂଆ ଷ୍ଟାଇଲରେ ,ଦେଖନ୍ତୁ !

66

ଲୋକପ୍ରିୟ କଣ୍ଠଶିଳ୍ପୀ ଗଜେନ୍ଦ୍ର ବର୍ମା ପୁଣିଥରେ ନିଜ ସିଙ୍ଗିଂ ଟ୍ୟାଲେଂଟ୍ ଭେଟି ଦେଇଛନ୍ତି । ନିକଟରେ ରିଲିଜ୍ ହୋଇଥିବା ଏକ ମ୍ୟୁଜିକ୍ ଭିଡିଓରେ ଗଜେନ୍ଦ୍ରଙ୍କ ଗାୟିକୀ ସହ ଅଭିନୟ ମଧ୍ୟ ଦେଖିବାକୁ ମିଳିଛି । ଆଉ ଏହି ମ୍ୟୁଜିକ୍ ଭିଡିଓରେ ଗଜେନ୍ଦ୍ରଙ୍କ ସହ ବଲିଉଡ୍ ସୁପରଷ୍ଟାର୍ ଗୋବିନ୍ଦାଙ୍କ ଲାଡଲି ଟିନା ଅହୁଜାଙ୍କୁ ନାୟିକା ଭାବେ ଦେଖିବାକୁ ମିଳିଛି ।

୭୦ଦଶକର ସୁପରହିଟ୍ ଟ୍ରାକ୍ ‘ମିଲୋ ନା ତୁମ୍’ କୁ ନେଇ ନୂଆ ଷ୍ଟାଇଲରେ ଗୀତ ପ୍ରସ୍ତୁତ କରିଛନ୍ତି କଣ୍ଠଶିଳ୍ପୀ ଗଜେନ୍ଦ୍ର ବର୍ମା । ଏହି ଗୀତର ଲିରିକ୍ସ ଦେବା ସହ ଏହାକୁ କମ୍ପୋଜ୍ ମଧ୍ୟ କରିଛନ୍ତି ନିଜେ ଗଜେନ୍ଦ୍ର । ଯାହାକୁ ନେଇ ଏକ ଆକର୍ଷଣୀୟ ମ୍ୟୁଜିକ୍ ଭିଡିଓ ଭେଟି ଦେଇଛନ୍ତି ଏହି ସିଙ୍ଗର୍ । ଆଉ ଏହି ଭିଡିଓରେ ଗଜେନ୍ଦ୍ରଙ୍କ ସହ ନାୟିକା ଭାବେ ଅଭିନେତ୍ରୀ ଟିନା ଅହୁଜାଙ୍କୁ ଦେଖିବାକୁ ମିଳିଛି ।

ଦୁହିଁଙ୍କୁ ନେଇ ଏକ ଛୋଟ ମାତ୍ର ଆକର୍ଷଣୀୟ ଲଭଷ୍ଟୋରୀକୁ ସ୍ଥାନ ଦିଆଯାଇଛି ଏହି ଗୀତରେ । ୟୁଟୁବରେ ରିଲିଜ୍ ହେବା ପରେ ସ୍ରୋତା ଏହାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ରିଲିଜ୍ ହେବାର ମାତ୍ର ୨୪ ଘଂଟା ମଧ୍ୟରେ ଏହାକୁ ପାଖାପାଖି ୩ ଲକ୍ଷ ଦର୍ଶକ ଦେଖି ସାରିଲେଣି । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଅମନ ପ୍ରଜପ୍ତ । ଏହି ଗୀତରେ କୋରିଓଗ୍ରାଫି କରିଛନ୍ତି ଶିବାର୍ଥ ଶ୍ରିବାସ୍ତବ୍ । ସୋସିଆଲ୍ ମିଡିଆରେ ଏହାର ଚାହିଦା ଆହୁରି ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More