Only for Entertainment

ସଲମାନ ଓ ଐଶ୍ୱରୀୟାଙ୍କ ବ୍ରେକଅପ ହେବାର ୮ଟି କାରଣ । ଆପଣ ଜାଣନ୍ତି କି?

youtube
0 42

ସଲମାନ ଖାନଙ୍କ ସହିତ ଫିଲ୍ମରେ ଅଭିନୟ କରିବାକୁ ସମସ୍ତେ ଚାହାଁନ୍ତି । କିନ୍ତୁ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଐଶ୍ୱରୀୟା ରୟ ବଚ୍ଚନ ଏହା କେବେ ମଧ୍ୟ ଚାହାଁନ୍ତି ନାହିଁ । ସମସ୍ତେ ଜାଣନ୍ତି ସଲମାନ ଏବଂ ଐଶ୍ୱରୀୟାଙ୍କ ସଂପର୍କ ବିଷୟରେ । ବ୍ଲକବଷ୍ଟର ଫିଲ୍ମ ‘ଦିଲ ଦେ ଚୁକେ ସନମ’ରେ ଅଭିନୟ କରୁଥିବା ସମୟରେ ଦୁଇଜଣ ନିକଟତର ହୋଇଥିଲେ । ଦୁଇ ଜଣଙ୍କ ସଂପର୍କ ପ୍ରାୟ ୨ ବର୍ଷ ଧରି ଚାଲିବା ପରେ ଦୁଇ ଜଣଙ୍କ ମଧ୍ୟରେ ବ୍ରେକ ଅପ ହୋଇଥିଲା । ତାହା ପରଠାରୁ ଦୁଇ ଜଣ କେବେ ମଧ୍ୟ ସାମ୍ନା ସାମ୍ନି ହୋଇନାହାଁନ୍ତି । କିନ୍ତୁ ଆପଣ ଜାଣନ୍ତିକି ବାସ୍ତବରେ ଦୁଇଜଣଙ୍କ ବ୍ରେକଅପର କାରଣ କ’ଣ? ଆସନ୍ତୁ ଆଲୋଚନା କରିବା ସେହି ୮ଟି କାରଣ ବିଷୟରେ ।

ଐଶ୍ୱରୀୟାଙ୍କ କହିବା ଅନୁସାରେ ସଲମାନଙ୍କ ହିଂସ୍ର ବ୍ୟବହାର ଏବଂ ଖରାପ ଭାଷାରେ ଗାଳି କରିବା ଥିଲା ତାଙ୍କ ବ୍ରେକଅପର ପ୍ରମୁଖ କାରଣ ।

ଐଶ ଏହା ମଧ୍ୟ କହିଛନ୍ତିଯେ ବ୍ରେକଅପ ପରେ ସଲମାନ ତାଙ୍କୁ ଫୋନ କରି ଗାଳିଗୁଲଜ କରିଥିଲେ ଏବଂ କୋ ଷ୍ଟାରଙ୍କ ସହିତ ଖରାପ ସଂପର୍କ ଅଛି କହି ଆକ୍ଷେପ କରିଥିଲେ । ଅଭିଷେକଙ୍କ ଠାରୁ ଆରମ୍ଭ କରି ଶାହାରୁଖଙ୍କ ନାମ ସହିତ ଯୋଡ଼ିଥିଲେ ସଲମାନ । କେବଳ ସେତିକି ନୁହେଁ ସଲମାନ ତାଙ୍କୁ ମାରପିଟ ମଧ୍ୟ କରୁଥିଲେ,କିନ୍ତୁ କୌଣସି ଦାଗ ଛାଡ଼ୁନଥିଲେ ଏବଂ ଏହାପରେ ମୁଁ ମୋ କାମକୁ ଯାଉଥିଲି ।

ବ୍ରେକଅପ ପୂର୍ବରୁ ସଲମାନ ଐଶ୍ୱରୀୟାଙ୍କ ଘରକୁ ଯାଇଥିଲେ । ବୋଧହୁଏ ସେ ଐଶଙ୍କ ପିତାମାତାଙ୍କୁ ଭଲ ବ୍ୟବହାର କରିନଥିଲେ । ଏହା ସହିତ ଐଶଙ୍କ ପୂର୍ବରୁ ସଲମାନଙ୍କର ବିଭିନ୍ନ ଝିଅଙ୍କ ସହିତ ଲିଙ୍କ ଅପକୁ ନେଇ ଐଶଙ୍କ ବାପା ଏହି ସଂପର୍କକୁ ବିରୋଧ କରିଥିଲେ ।

ସଲମାନଙ୍କ ସଂସ୍କାରହୀନ ବ୍ୟବହାର ମଧ୍ୟ ଅନ୍ୟ ଏକ କାରଣ ଥିଲା । ଥରେ ଐଶଙ୍କ ସହିତ କଥା ହେବାକୁ ବିଳମ୍ବ ରାତିରେ ସଲମାନ ଐଶଙ୍କ ଘର ବାହାରକୁ ଯାଇଥିଲେ ,କିନ୍ତୁ ଭିତରକୁ ଯିବାପାଇଁ ଐଶ ମନା କରିଥିଲେ । ଏହାପରେ ସଲମାନ ରାତି ୩ଟା ପର୍ଯ୍ୟନ୍ତ କବାଟକୁ ବାଡ଼େଇଥିଲେ । ଏହା ଦ୍ୱାରା ତାଙ୍କ ହାତରୁ ରକ୍ତ ମଧ୍ୟ ବାହାରିଥିଲା । ଯଦି ଐଶ କବାଟ ନ ଖୋଲନ୍ତି ତେବେ ସଲମାନ ଛାତରୁ ଡେଇଁ ପଡ଼ିବେ ବୋଲି ମଧ୍ୟ ଧମକ ଦେଇଥିଲେ ।

ସଲମାନ ଐଶଙ୍କ ଠାରୁ ବିବାହ ପାଇଁ ପ୍ରତିଶୃତି ଚାହୁଁଥିଲେ,କିନ୍ତୁ ଐଶ ରାଜି ନଥିଲେ । କାରଣ ସେହି ସମୟରେ ଐଶ ତାଙ୍କ କ୍ୟାରିଅର ଆରମ୍ଭ କରିବାକୁ ଚାହୁଁଥିଲେ,ତେଣୁ ସେ ସଂପର୍କଙ୍କୁ ଅନ୍ୟ ଏକ ସ୍ତରକୁ ନେବାକୁ ଚାହୁଁନଥିଲେ । ଯେତେବେଳେ ସଲମାନ ଅନୁଭବ କଲେଯେ ଐଶ ତାଙ୍କ କଥା ଶୁଣୁନାହାଁନ୍ତି ସେ ହିଂସ୍ର ବ୍ୟବହାର କରିବା ଆରମ୍ଭ କରିଦେଲେ ।

ଖବର ଅନୁସାରେ ଅଭିଷେକ ଏବଂ ଐଶଙ୍କ ‘ କୁଛ ନା କହୋ’ ଫିଲ୍ମ ସୁଟିଂ ଚାଳିଥିବା ସମୟରେ ସଲମାନ ସୁଟିଂ ସେଟରେ ଧମାକା ମଚାଇଥିଲେ । ଏହାପରେ ସଲମାନ ଐଶଙ୍କ କାର ମଧ୍ୟ ଭାଙ୍ଗି ଦେଇଥିଲେ ।

 


ଦୁଇ ଜଣଙ୍କ ସଂପର୍କକୁ ନେଇ ଐଶଙ୍କ ବାପା ମା ବିରୋଧ କରିବା ସତ୍ୱେ ସେ ଦୁଇଜଣଙ୍କୁ ସାକ୍ଷାତ କରିବା ପାଇଁ କେବେ ମଧ୍ୟ ମନା କରିନଥିଲେ । କିନ୍ତୁ ତାଙ୍କ ବାପା ମାଙ୍କ ପ୍ରତି ସଲମାନଙ୍କ ବ୍ୟବହାରରେ ଐଶ ଆଦୌ ଖୁସି ନଥିଲେ ।

ଏକ ଏଂଟରଟେନମେଂଟ ମାଗାଜିନର ରିପୋର୍ଟ ଅନୁସାରେ ସଲମାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ସୋମି ଅଲିଙ୍କ ବାପାଙ୍କ ଅପରେସନ ପାଇଁ ସଲମାନ ଐଶଙ୍କୁ ନ ଜଣାଇ ୟୁଏସଏ ଯାଇଥିଲେ ଏବଂ ତାଙ୍କୁ ସହାୟତା କରିଥିଲେ, ଯାହା ଐଶଙ୍କୁ ପରେ ଜଣା ପଡ଼ିଥିଲା । ସଲମାନ ସୋମିଙ୍କ ସହିତ ପୁଣିଥରେ ସଂପର୍କରେ ଅଛନ୍ତି ଜାଣିବା ପରେ ଐଶ ବ୍ରେକ ଅପ କରିବା ପାଇଁ ସ୍ଥିର କରିଥିଲେ ।

 

ମିଡିଆ ସହିତ କଥା ହେଉଥିବା ସମୟରେ ଐଶ କହିଥିଲେଯେ ସେ ସଲମାନଙ୍କ ସହିତ ମୁଁ ପ୍ରତ୍ୟେକଟି ସମୟରେ ଛିଡ଼ା ହେଉଥିଲି କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ହିଁ ମୋତେ ମଦ ପିଇ ଗାଳିଗୁଲଜ ଏବଂ ମାରପିଟ ଏବଂ ମାନସିକ ଯନ୍ତ୍ରଣା ଦେଉଥିଲେ । ଅନ୍ୟ ସମ୍ମାନିତ ମହିଳା ମାନଙ୍କ ଭଳି ମୁଁ ଶେଷରେ ସେହି ସଂପର୍କରେ ପୂର୍ଣ୍ଣଛେଦ ଦେଇଦେଲି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More