Only for Entertainment

୮୫ ବର୍ଷ ବୟସରେ ୩୫ କି.ମି. ସାଇକେଲିଂ ! ଆଶ୍ଚର୍ଯ୍ୟ ଲାଗିଲେ ବି ସତ ।

naidunia
22

ଯେଉଁ ବୟସରେ ଖଟରେ ପଡିରହିବା କଥା ସେହି ବୟସରେ ଯଦି କେହି ଦୈନିକ ୩୫ କି.ମି ସାଇକେଲ ଚଲାଉଥିବା କୁହାଯାଏ ତେବେ ସହଜରେ ଅନେକ ଏହାକୁ ବିଶ୍ୱାସ କରିବେ ନାହିଁ । ହେଲେ ଏହି ଘଟଣାଟି ୧୦୦ପ୍ରତିଶତ ସତ । ୮୫ବର୍ଷିୟା ବିଜୟଲକ୍ଷ୍ମୀ ଅରୋରା ଗତ ୫୦ବର୍ଷ ଧରି ଦୈନିକ ୩୫ କି.ମି ସାଇକେଲ ଚଲାଉଛନ୍ତି । ୩୫ବର୍ଷ ବୟସରେ ରୋଗରେ ପଡି ଶଯ୍ୟାସାୟୀ ହୋଇପଡିଥିଲେ ବିଜୟଲକ୍ଷ୍ମୀ । ଏହାପରେ ତାଙ୍କୁ ନିୟମିତ ବ୍ୟାୟାମ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ସେବେଠାରୁ ବର୍ତ୍ତମାନ ସୁଦ୍ଧା ଏବେ ବି ଅସୁସ୍ଥ ହୋଇନାହାଁନ୍ତି ସେ ।

ପରିବାର ଲୋକଙ୍କ ପ୍ରତିବନ୍ଧକ ସତ୍ୱେ, ସେ ନିଜ ନିଷ୍ପତିରେ ଓହରିନାହାଁନ୍ତି । ଆଖପାଖ ଲୋକେ ତାଙ୍କୁ ସାଇକେଲ ବାଲି ଦିଦି ବୋଲି କହୁଥିଲା ବେଳେ ତାଙ୍କ ନାତି ଏବେ ଏଥିରେ ପ୍ରେରିତ ହୋଇ ଜିମ ଚଳାଉଛି । ଛତିଶଗଡର ବସ୍ତର ଜିଲା ଅଞ୍ଚଳର ହାଟକଚୋରା କ୍ଷେତ୍ରରେ ରହୁଥିବା ବିଜୟଲକ୍ଷ୍ମୀ ୧୯୫୨ରେ ଆର‌୍ୟୁବେଦ ଚିକିତ୍ସକ ସୁଦର୍ଶନ ପାଲଙ୍କୁ ବିବାହ କରିଥିଲେ । ୧୯୬୮ରେ ବିଜୟଲକ୍ଷ୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସୁଦର୍ଶନ ତାଙ୍କୁ ଗୋରଖପୁରର ଆରୋଗ୍ୟଧାମ ନେଇଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ସେବେଠାରୁ ବିଜୟଲକ୍ଷ୍ମୀ ନିୟମିତ ବ୍ୟାୟମ କରିଆସୁଛନ୍ତି । ସାଇକେଲ ଚଲାଇବା ସହ ଦୈନିକ ଚାଲୁଛନ୍ତି ମଧ୍ୟ । ସ୍ୱାସ୍ଥ୍ୟ ସଚେତନତା ନେଇ ବିଜୟଲକ୍ଷ୍ମୀଙ୍କ ଏହି ଉଦ୍ୟମ ସମଗ୍ର ଅଞ୍ଚଳରେ ଲୋକଙ୍କୁ ପ୍ରେରିତ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More