Only for Entertainment

ପାଠ ପଢାରେ ବାପା ବାଧା ସୃଷ୍ଟି କରିବାରୁ ଥାନାରେ ଅଭିଯୋଗ କଲା ୯ ବର୍ଷର ପୁଅ

zee news
117

ପିଲାମାନେ ପାଠ ନପଢ଼ି ସର୍ବଦା ଟିଭି ଦେଖୁଥିବା ନେଇ ଅଭିଭାବକଙ୍କ ଚିନ୍ତାର କାରଣ ପାଲଟି ଥାଏ। କିନ୍ତୁ ମହାରାଷ୍ଟ୍ରର ଜଲଗ୍ରାମରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଏଠାରେ ବାପା ପ୍ରତିଦିନ ଘରେ ଟିଭି ଦେଖିବାକୁ ନେଇ ୯ବର୍ଷର ପୁଅ ବିରକ୍ତ ହୋଇଯାଇଥିଲା। ଏବଂ ଥାନାରେ ଯାଇ ଏନେଇ ଅଭିଯୋଗ ମଧ୍ୟ କରିଥିଲା।

ଜଲଗ୍ରାମର ଭୁସାଓ୍ଵଲରେ ଅଜୟ କୁମାଓ୍ଵତ ମା-ବାପା ଏବଂ ଭାଇ-ଭଉଣୀ ସହିତ ଏକାଠି ରୁହେ। ୯ବର୍ଷର ଅଜୟ କୁମାଓ୍ଵତ ପୁଲିସରେ ଅଭିଯୋଗ କରି କହିଥିଲା କି, ବାପା ଲକ୍ଷ୍ମଣ କୁମାଓ୍ଵତ ମୋତେ ପଢ଼ିବାକୁ ଦିଅନ୍ତି ନାହିଁ। ଘରେ ଦିନସାରା ବସି ଟିଭି ଦେଖୁ ଥାଆନ୍ତି। ମା’କୁ ବି ମାରଧର କରନ୍ତି। ଏନେଇ ମୁଁ ମନା କଲେ ବି ସେ ମୋର କୌଣସି କଥା ଶୁଣି ନଥାଆନ୍ତି।

ଅଜୟର ଅଭିଯୋଗ ନେଇ ପୁଲିସ ମାମଲା ତ ରୁଜୁ କଲା ନାହିଁ। କିନ୍ତୁ ଅଜୟକୁ ଆଉ ତାର ପିତା ପାଠପଢ଼ିବା ସମୟରେ ଟିଭି ଦେଖି ହଇରାଣ କରିବେ ନାହିଁ ବୋଲି ପୁଲିସ ଆଶ୍ୱାସନା ଦେଇଥିଲା। ଅଜୟ ପିତାକୁ ପୁଲିସ ଥାନାକୁ ଡାକି ବୁଝାସୁଝା ମଧ୍ୟ କରିଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More