Only for Entertainment

୯୦ ବର୍ଷୀୟ ମଡେଲ !

News.com.au
0 50

ଶିରୋନାମା ଦେଖି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ମାତ୍ର ଏହା ସତ । ବୟସ ଯେମିତି ତାଙ୍କ ପାଖରେ ଏକ ନମ୍ବର ହୋଇ ରହିଯାଇଛି । ତା’ଠାରୁ ଅଧିକ କିଛି ନୁହେଁ । ଏହି ମହିଳା ହେଉଛନ୍ତି ଲଣ୍ଡନର ଫ୍ୟାଶନ ମଡେଲ, ଯାହାଙ୍କ ବୟସ ପାଖା ପାଖାପାଖି ୯୦ ବର୍ଷ । ଆଉ ସେ ହେଉଛନ୍ତି ଦୁନିଆର ସବୁଠାରୁ ବୟସ୍କ ମଡେଲ, ଯିଏ ଏବେ ବି ମଡେଲିଂ କରୁଛନ୍ତି । ମଡେଲ ଡାଫନି ସେଲ୍ଫ ନିୟମିତ ଭିନ୍ନ ଭିନ୍ନ ଭାବଭଙ୍ଗୀରେ ସଜାଇ ହୋଇଥାନ୍ତି । ଏପରିକି ଆଜି ବି ସେ କେତେକ ଫ୍ୟାଶନ ବ୍ରାଣ୍ଡର ପ୍ରମୋସନ କରୁଛନ୍ତି ।

Daphne

ସେ ପ୍ରଥମେ ୧୯୪୯ରେ ମଡେଲିଂ ଦୁନିଆରେ ପାଦ ଥାପିଥିଲେ । ଦୀର୍ଘ ୬୯ ବର୍ଷ ହେଲା ମଡେଲିଂ କରି ଆସୁଛନ୍ତି ଡାଫନି । ଦିନେ ସେ ଲଣ୍ଡନର ହଟ ମଡେଲ ଭାବେ ପରିଚିତ ଥିଲେ । ଏ ବୟସରେ ମଧ୍ୟ ସେ ନିଜକୁ ପ୍ରମାଣିତ କରିପାରିଛନ୍ତି । ଯେଉଁ ବୟସରେ ମହିଳାମାନେ ନିଜ ଶରୀରିକ ପରିବର୍ତ୍ତନକୁ ନେଇ ଦୁର୍ବଳ ହୋଇପଡନ୍ତି, ଡାଫନିଙ୍କ ଉପରେ ସେସବୁର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ ।

ନିକଟରେ ସେ ଲଣ୍ଡନରେ ଏକ ବ୍ୟୁଟି ପ୍ରଡକ୍ଟର ବ୍ରାଣ୍ଡ ପ୍ରମୋସନ କରିଥିଲେ, ଆଉ ଏଥିରେ ତାଙ୍କର ଏକ ଭିଡିଓ ସୁଟ ମଧ୍ୟ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More