Only for Entertainment

ନିଜର ଶାନଦାର ଲୁକରେ ଧନୁଷ କଲେ ଫିଲ୍ମ ‘ଫକିର’ର ପ୍ରମୋଟ ।

NDTV
0 34

୭୧ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ସୋନମ କାପୁର, ଦୀପିକା ପାଦୁକୋଣଙ୍କ ଠାରୁ ଆରମ୍ଭ କରି କଙ୍ଗନା ରାନାୱତ ନିଜର ଫ୍ୟାଶନ ଜଲୱା ଦେଖାଇସାରିଲେଣି । ଅଭିନେତା ନୱାଜ ଉଦ୍ଧିନ ସିଦକିଙ୍କ ଫିଲ୍ମ ‘ମଂଟୋ’ର ସ୍କ୍ରିନିଂ କନରେ ହୋଇଛି । ଏହାବ୍ୟତୀତ ମଲ୍ଲିକା ଶେରାୱତ, ହୁମ୍ମା ଖୁରେସି ଏବଂ ଶାହାରୁଖ ଖାନଙ୍କ ଫିଲ୍ମ ରଇସକୁ ଅଭିନେତ୍ରୀ ମହିରା ଖାନ ଏହି ବିଶ୍ୱସ୍ତରୀୟ ଫେଷ୍ଟିଭାଲରେ ଭାଗ ନେଇଛନ୍ତି ।

ଏହାବ୍ୟତୀତ ରଜନୀକାନ୍ତଙ୍କ ଜ୍ୱାଇଁ ଅଭିନେତା ଧନୁଷ ମଧ୍ୟ ଏହି ଫେଷ୍ଟିଭାଲରେ ରେଡ କାରପେଟ ଉପରେ ନିଜର ଶାନଦାର ଲୁକରେ ନଜର ଆସିଛନ୍ତି । ନିଜର ପ୍ରଥମ ହଲିଉଡ ଫିଲ୍ମ ‘ଦ ଏକଷ୍ଟ୍ରା ଅର୍ଡିନାରୀ ଜର୍ନି ଅଫ ଦ ଫକିର’ପାଇଁ ଅଭିନେତା, ଫିଲ୍ମକାର ଏବଂ କଣ୍ଠଶିଳ୍ପୀ ଧନୁଷ ୭୧ତମ କାନ୍ସ ଫିଲ୍ମ ମହୋସବରେ ଯୋଗ ଦେଇଥିବା ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି ।

ଫିଲ୍ମ ‘ଦ ଏକଷ୍ଟ୍ରା ଅର୍ଡିନାରୀ ଜର୍ନି ଅଫ ଦ ଫକିର’ ହାସ୍ୟରେ ଭରା ଏକ ଇଂରାଜୀ ଏବଂ ଫ୍ରେଂଚ ଫିଲ୍ମ ଅଟେ । ଏହା ରୋମେନ ପ୍ୟୁରୋଟଲ୍ସ ଉପନ୍ୟାସ ‘ଦ ଏକଷ୍ଟ୍ରା ଅର୍ଡିନାରୀ ଜର୍ନି ଅଫ ଦ ଫକିର’ଉପରେ ଆଧାରିତ । ଧନୁଷ ଏହି କାନ୍ସ ଫେଷ୍ଟିଭାଲରେ ଫିଲ୍ମର ପୋଷ୍ଟର ଲଂଚ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More