Only for Entertainment

ଅପକମିଙ୍ଗ ଫିଲ୍ମ “ଜିରୋ” କୁ ପଛରେ ପକାଇ ଆରସିବିକୁ ଚିୟର ଅଫ କଲେ ଅନୁଷ୍କା ! ପିନ୍ଧିଲେ ବିରାଟ କୋହଲି ଲେଖା ହୋଇଥିବା ଟିସର୍ଟ

JANSATTA
0 39

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ନିଜର ଅପକମିଙ୍ଗ ଫିଲ୍ମ “ଜିରୋ”ର ସୁଟିଙ୍ଗ ପାଇଁ ୟୁଏସଏରେ ଅଛନ୍ତି ସତ କିନ୍ତୁ ତାଙ୍କର ମନ ଭାରତରେ ହିଁ ଅଛି । ଏହାର ପ୍ରମାଣ ନିଜେ ଅନୁଷ୍କା ଦେଇଛନ୍ତି । ନିଜର ଅପକମିଙ୍ଗ ଫିଲ୍ମ “ଜିରୋ”ର ସୁଟିଂରେ ବ୍ୟସ୍ତ ଥାଇ ମଧ୍ୟ ସେ ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ଆଇପିଏଲ ଟିମକୁ ଚିୟର ଅଫ କରିବା ପାଇଁ ବିରାଟଙ୍କ ଟିସର୍ଟ ପିନ୍ଧିଥିଲେ । କେବଳ ସେତିକି ନୁହେଁ ଇଂଷ୍ଟାଗ୍ରାମରେ ଫଟୋ ମଧ୍ୟ ସେୟାର କରିଛନ୍ତି ।

ପ୍ରକୃତରେ ବିରାଟ କୋହଲିଙ୍କ ଟିମ ରୟାଲ ଚ୍ୟାଲେଜର୍ସ ବ୍ୟାଙ୍ଗଲୋର ସହ କିଂଗ ଇଲେଭେନ ପଞ୍ଜାବର ମ୍ୟାଚ ରହିଥିଲା । ଏହି ମ୍ୟାଚରେ ରୟାଲ ଚ୍ୟାଲେଜର୍ସ ବ୍ୟାଙ୍ଗଲୋର ବିଜୟ ଲାଭ କରିଥିଲା । ତେବେ ଏହି ମ୍ୟାଚରେ ବିରାଟଙ୍କ ଟିମକୁ ଚିୟର ଅଫ କରିବା ପାଇଁ ଅନୁଷ୍କା ତାଙ୍କ ସୁଟିଂରୁ ସମୟ ବାହାର କରି କିଛି ଭିଡିଓ ଇଂଷ୍ଟାରେ ପୋଷ୍ଟ କରିଥିଲେ । ଅବଶ୍ୟ ପ୍ରଥମ ଥର ଏହା ଦେଖିବାକୁ ମିଳି ନାହିଁ । ଆଗରୁ ମଧ୍ୟ ଅନୁଷ୍କା ଏପରି ବହୁତ ଥର କରିଛନ୍ତି ।

Come on boys❤??

A post shared by AnushkaSharma1588 (@anushkasharma) on


ମିଡିଆ ରିପୋର୍ଟ ଅନୁସାରେ, ଅନୁଷ୍କାଙ୍କ ଅପକମିଙ୍ଗ ଫିଲ୍ମ “ଜିରୋ”ରେ ଅନୁଷ୍କା ଏକ ବୈଜ୍ଞାନୀକ ଚରିତ୍ରର ଅଭିନୟ କରୁଛନ୍ତି । ଫିଲ୍ମର ନିର୍ମାତା ଅନୁଷ୍କାଙ୍କ ଏହି ଲୁକକୁ ସିକ୍ରେଟ ରଖିବା ପାଇଁ ଅନୁଷ୍କାଙ୍କ ଠାରୁ ସମସ୍ତଙ୍କୁ ଦୁରେଇ ରଖିବା ସହ ତାଙ୍କ ମୋବାଇଲକୁ କେହିବି ହାତ ଲଗାଇବା ପାଇଁ ଅନୁମତି ଦିଆଯାଇ ନାହିଁ । ଏହାକୁ ଛାଡି ଅନୁଷ୍କା ଅନ୍ୟ ଏକ ଫିଲ୍ମ “ସୁଇ-ଧାଗା” ର ସୁଟିଂ ମଧ୍ୟ ଜାରି ରଖିଛନ୍ତି । ଯେଉଁଥିରେ ଅନୁଷ୍କାଙ୍କ ସହ ବରୁଣ ଧୱନ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More