ଆଇପିଏଲରୁ ବାହାର ହେବା ପରେ ପ୍ରୀତିଙ୍କ ହସିବା ଭିଡିଓ ଭାଇରାଲ, କ’ଣ ରହିଛି ଏହି ପଛର ସତ୍ୟତା !
ବଲିଉଡ ଅଭିନେତ୍ରୀ ଏବଂ କିଙ୍ଗସ ଇଲେଭେନ ପଂଜାବର ମାଲିକାଣୀ ପ୍ରୀତି ଜିଂଟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଆଇପିଏଲ ସମୟର ବୋଲି କୁହାଯାଉଛି, ଯେଉଁଥିରେ ପ୍ରୀତି ତାଙ୍କର ଖୁସି ଜାହିର କରିଛନ୍ତି ।
ପ୍ରୀତି ଜିଂଟାଙ୍କ କିଂଙ୍ଗସ ଇଲେଭେନ ପଂଜାବ ରବିବାର ଦିନ ଖେଳିଥିବା ମ୍ୟାଚରେ ଚେନ୍ନାଇ ଠାରୁ ହାରି ଆଇପିଏଲରୁ ବାହାରି ଯାଇଛି । ଭିଡିଓ ସେୟାର କରିଥିବା ଲୋକ ଅନୁମାନ କରୁଛନ୍ତି ଯେ ପ୍ରୀତି ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେଅଫରେ ନ ପହଂଚିବା କାରଣରୁ ଖୁସି ଅଛନ୍ତି । ଏହି ଭିଡିଓରେ କେତେ ସତ୍ୟତା ରହିଛି ଏଯାଏଁ କିଛି ଜଣା ପଡିନାହିଁ, ମାତ୍ର ଭିଡିଓ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ –
Did #PreityZinta just say “I am just very happy that Mumbai is not going to the finals..Really happy” ? #CSKvKXIP #MIvsDD #IPL #IPL2018 pic.twitter.com/KWaxSUZYZh
— Jo (@jogtweets) May 20, 2018