ଏବେ ମୋବାଇଲ ସାହାଯ୍ୟରେ ପ୍ରସ୍ତୁତ କରିପାରିବେ ଡିଏସଲର ଭଳି ଫଟୋ ଏବଂ ଭିଡିଓ ! ଜାଣନ୍ତୁ କିଛି ସ୍ୱତନ୍ତ୍ର ଆପ ସମ୍ପର୍କରେ !
ଆଜିର ସ୍ମାର୍ଟ ଫୋନ ବଜାରରେ କ୍ୟାମେରା ବ୍ୟବସାୟ ଧୀରେ ଧୀରେ ମାନ୍ଦା ହେବାରେ ଲାଗିଲାଣି । ମୋବାଇଲ କମ୍ପାନୀଗୁଡିକ ଫୋନରେ ଏଭଳି ଫିଚର ସୁବିଧା ଦେଲେଣି ଲୋକେ ମୋବାଇଲ କ୍ୟାମେରାରେ ଫଟୋ ଉଠାଇବା କିମ୍ବା ଭିଡିଓ ସୁଟ କରିବାକୁ ପସନ୍ଦ କରୁଛନ୍ତି । ଆଜିକାଲି ବଡ ବଡ ନ୍ୟୁଜ ଚ୍ୟାନେଲ ମଧ୍ୟ ମୋବାଇଲ ମାଧ୍ୟମରେ ଭିଡିଓ ସୁଟ କରି ଖବର ପରିବେଷଣ କରୁଛନ୍ତି । ତେଣୁ ଫଟୋ କିମ୍ବା ଭିଡିଓକୁ ଆହୁରି ଆକର୍ଷଣ କରିବା ପାଇଁ ଅନେକ ଗୁଡିଏ ଆପ ମଧ୍ୟ ଉପଲବ୍ଧ ହେଲାଣି । ଯାହା ସାହାଯ୍ୟରେ ଆପଣ ମଧ୍ୟ ମୋବାଇଲରେ ଡିଏସଲର ଭଳି ଖୁବ ସୁନ୍ଦର ଫଟୋ ଏବଂ ଭିଡିଓ ସୁଟ କରି ପାରିବେ ।
Camera 360 Ultimate: ଏଥିରେ ଟିଲ୍ଟ ଓ ସିଫ୍ଟ ଭଳି ବିକଳ୍ପ ରହିଛି। ଏଥିସହିତ ଫଟୋରେ ଅଲଗା ଅଲଗା ଟେକ୍ସଚର ବ୍ୟବହାର କରି ଆପଣ ପ୍ରଫେସନାଲ ଫଟୋଗ୍ରାଫରଙ୍କ ଭଳି ଫଟୋ ଉଠାଇପାରିବେ।
Camera MX: ଏହି ଆପ୍ରେ ବିନା ଏଡିଟିଂରେ କ୍ଲାରିଟିଯୁକ୍ତ ଫଟୋ ଉଠାଇ ପାରିବେ। କାରଣ ଏଥିରେ ଡିଏସ୍ଏଲ୍ଆର୍ କ୍ୟାମେରା ଭଳି ଅନେକ ଫିଚର ରହିଛି। ଯାହାକୁ ବ୍ୟବହାର କରି ଖୁବ୍ ସୁନ୍ଦର ଫଟୋ ଉଠାଇ ହେବ। ଏହା ଛଡ଼ା ଫଟୋକୁ ନିଜ ହିସାବରେ ଆଡ୍ଜଷ୍ଟ କରିବାର ବିକଳ୍ପ ମଧ୍ୟ ଏହି ଆପ୍ରେ ଦେଇଥାଏ।
VSCO Cam: ଏହି ଆପ୍ଟି ଆଣ୍ଡ୍ରଏଡ୍ ଫୋନ୍ ପାଇଁ ହୋଇଥିଲେ ମଧ୍ୟ ଆଇଫୋନ୍ରେ ମଧ୍ୟ ଏହା ଡାଉନଲୋଡ କରିହେବ। ଏଥିରେ ଥିବା ଜବରଦସ୍ତ ଫିଚର ଆପଣଙ୍କୁ ଡିଏସ୍ଏଲ୍ଆର କ୍ୟାମେରା ଭଳି ଅନୁଭବ ଦେବ।
Google Camera: ଯଦି ଆପଣଙ୍କର ସାଧାରଣ ସ୍ମାର୍ଟ ଫୋନ୍ କ୍ୟାମେରାକୁ ଉନ୍ନତ କ୍ୟାମେରାରେ ପରିଣତ କରିବାକୁ ଚାହୁଁଛନ୍ତି, ତେବେ Google Camera ଆପ୍କୁ ପ୍ଲେଷ୍ଟୋରରୁ ଇନ୍ଷ୍ଟଲ କରନ୍ତୁ। ଏଥିରେ ୩୬୦ ଡିଗ୍ରୀ ଫଟୋଗ୍ରାଫି କରିବା ସହିତ ଭଲ ରିଜୋଲ୍ୟୁସନ୍ରେ ଫଟୋ ଉଠାଇପାରେ।