କରୀନା କପୁରଙ୍କୁ ଦେଖି ଇମୋଶନାଲ ହେଲା ଛୋଟ ପିଲାଟି,କିନ୍ତୁ କାହିଁକି? ଦେଖନ୍ତୁ ଭିଡ଼ିଓ ।
କରୀନା କପୁର ଏବେ ଫିଲ୍ମ ବୀରେ ଦି ୱେଡିଙ୍ଗର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ତାଙ୍କ କୋ ଷ୍ଟାର୍ସଙ୍କ ସହିତ ଫିଲ୍ମ ପ୍ରମୋଶନ ସମୟରେ ଏକ କୁନି ଫ୍ୟାନଙ୍କୁ ସାକ୍ଷାତ କଲେ । ସେହି ଫ୍ୟାନ କରୀନାଙ୍କୁ ଦେଖିବା ମାତ୍ରେ ଇମୋଶନାଲ ହୋଇଗଲେ । ଏହି ଭିଡ଼ିଓକୁ ସୋନମ କପୁର ତାଙ୍କ ଇଂଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି ।
ପ୍ରମୋଶନ ସମୟରେ ଏହି ଅଭିନେତ୍ରୀ ଖୁବ ଡ୍ୟାନ୍ସ ମଧ୍ୟ କରିଥିବା ନଜର ଆସିଛି ।
ବାସ୍ତବରେ ଫିଲ୍ମରେ ପ୍ରମୋଶନରେ କରୀନା,ସୋନମ,ସ୍ୱରା ଏବଂ ଶୀଖା ଏକାଠି ହୋଇଥିଲେ । ଏକ ଶୋ’ରେ ତାଙ୍କର ସେହି କୁନି ଫ୍ୟାନଙ୍କ ସହିତ ସାକ୍ଷାତ ହୋଇଥିଲା । ନିଜ ପ୍ରିୟ ଅଭିନେତ୍ରୀଙ୍କୁ ନିକଟରେ ପାଇଁ କୁନି ଫ୍ୟାନଙ୍କ ଆଖି ଲୁହରେ ଭରି ଯାଇଥିଲା । ସେ କରୀନାଙ୍କ ପାଇଁ ଏକ ଗିଫ୍ଟ ମଧ୍ୟ ଆଣିଥିଲେ,ଯାହା କରୀନାଙ୍କୁ ଖୁବ ପସନ୍ଦ ଆସିଥିଲା । ତେବେ ସେହି ଗିଫ୍ଟକୁ କରୀନା ତାଙ୍କ କାରରେ ଲଗାଇବା କଥା ମଧ୍ୟ କହିଛନ୍ତି ।
ଫିଲ୍ମର କାହାଣୀ କରୀନାଙ୍କୁ ବେଶ କରି ନିର୍ମାଣ କରାଯାଇଛି । ଫିଲ୍ମ ୧ ଜୁନରେ ରିଲିଜ ହେବାକୁ ଯାଉଛି ।