‘ପଦ୍ମାବତ’ ପରେ ଭଂସାଲୀ କରିବେ କମାଲ, ଗୋଟିଏ ବର୍ଷରେ ରିଲିଜ କରିବେ ୫ଟି ଫିଲ୍ମ
ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ସଂଜୟ ଲୀଲା ଭଂସାଲୀ ଚଳିତ ବର୍ଷ ୫ ଟି ଫିଲ୍ମ ରିଲିଜ କରି ପାରନ୍ତି । ଅନେକ ବିବାଦ ପରେ ମଧ୍ୟ ପଦ୍ମାବତର ସଫଳତା ପରେ ସଂଜୟ ଲୀଲା ଭଂସାଲୀଙ୍କ ବିଶ୍ୱାସ ଏବେ ଖୁବ ଉଚ୍ଚରେ । ଖବର ଶୁଣିବାକୁ ମିଳିଛି ଯେ ଭଂସାଲୀ ଚଳିତ ବର୍ଷ ଗୋଟିଏ କି ଦୁଇଟି ନୁହେଁ ବରଂ ୫ଟି ଫିଲ୍ମ ରିଲିଜ କରିବାକୁ ଯାଉଛନ୍ତି ।
କିଛି ସମୟରୁ ଭଂସାଲୀ ଜଣଙ୍କ ପରେ ଜଣେ ଅନେକ କଳାକାରଙ୍କ ସହିତ ସାକ୍ଷାତ କରିଛନ୍ତି । କିନ୍ତୁ ଫିଲ୍ମର ନାମ ଏବଂ ଷ୍ଟାରକାଷ୍ଟ ବିଷୟରେ ଏବେ ଅଧିକାରୀକ ଭାବେ ଘୋଷଣା କରାଯାଇନାହିଁ ।
କୁହାଯାଉଛି ଯେ ଗୋଟିଏ ଫିଲ୍ମରେ ଭଂସାଲୀ ନିଜେ ନିର୍ଦ୍ଦେଶନା ଦେବେ । ବାକି ଫିଲ୍ମ ଗୁଡିକ ପାଇଁ ଅଲଗା ଅଲଗା ପ୍ରଡ୍ୟୁସର ରହିବେ । ଏହାକୁ ନେଇ ଅନେକ କଳାକାର ଏବଂ ଟେକ୍ନିସିଆନଙ୍କ ସହିତ ମଧ୍ୟ ଆଲୋଚନା କରାଯାଇଛି ।