‘ହ୍ୟାରି ପୋଟର’ସିରିଜର ନେବିଲେ ଲାଙ୍ଗବୋଟମ କଲେ ବିବାହ,ସୋସିଆଲ ମିଡିଆରେ ଦେଲେ ସୂଚନା ।
ହଲିଉଡର ଚର୍ଚ୍ଚିତ ଫିଲ୍ମ ‘ହ୍ୟାରି ପୋଟର’ର ଜଣାଶୁଣା କଳାକାର ନେବିଲେ ଲାଙ୍ଗବୋଟମ ଅର୍ଥାତ ମେଥ୍ୟୁ ଲେବିସ ଲୁଚି ଲୁଚି ବିବାହ କରି ନେଇଛନ୍ତି । ଆପଣଙ୍କ ଜାଣିବା ମୁତାବକ ସେ ହ୍ୟାରିପୋଟର ଫିଲ୍ମର ଜଣେ ମୁଖ୍ୟ କଳାକାର ଅଟନ୍ତି । ସେ ଲାଇଷ୍ଟାଇଲ ବ୍ଲଗର ଆଜେଂଲା ଜୋନ୍ସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
୨୮ବର୍ଷୀୟ ମାଥ୍ୟୁ ଲେବିସ ନିଜର ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ଅକାଉଂଟରେ ନିଜ ବିବାହ ଖବର ସେୟାର କରିଛନ୍ତି । ସେ ସୋସିଆଲ ମିଡିଆରେ ନିଜ ପତ୍ନୀ ଆଜେଂଲାଙ୍କ ସହ ଫଟୋ ସେୟାର କରିଛନ୍ତି ।
Not only did I miss @ArcticMonkeys in LA but they were performing in Italy at the same time we were there and my wife made me get married instead. Fuming. pic.twitter.com/VEZfTkizBa
— Matthew Lewis (@Mattdavelewis) May 28, 2018
ଖବର ମୁତାବକ ମାଥ୍ୟୁ ଏବଂ ଆଞ୍ଜେଲା ସେ ସମୟରେ ନିକଟତର ଆସିଥିଲେ ଯେବେ ସେ ଜାନୁଆରୀ ୨୦୧୬ରେ ନିଜର ଫିଲ୍ମ ସୁଟିଂ ପାଇଁ ଫ୍ଲୋରିଡାରେ ବିଜଡିଂ ୱାର୍ଡ ଅଫ ହ୍ୟାରି ପୋଟରରେ ଥିଲେ । ଏହି ଦୁଇ ଯୋଡି ୨୦୧୬ରେ ପ୍ୟାରିସରେ ନିର୍ବନ୍ଧ କରି ନେଇଥିଲେ ।