Only for Entertainment

ବ୍ୟକ୍ତି ଜଣକ ଡ୍ୟାନ୍ସ କରୁଥିବା ବେଳେ ଘଟିଲା କିଛି ଏଭଳି ,ଦେଖନ୍ତୁ ଭିଡିଓ ।

khabar NDTV
0 97

ଆମେରିକାର ଲସ ଏଂଜେଲସରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ରବିବାର ରାତିରେ କୋଲୋରାଡୋ ନାଇଟ କ୍ଲବରେ ଏକ ଅଫ ଡ୍ୟୁଟି ଏଫବିଆଇ ଏଜେଂଟ ଡ୍ୟାନ୍ସ କରୁଥିବା ବେଳେ ତାଙ୍କର ବନ୍ଧୁକରୁ ଅଚାନକ ଭାବେ ଗୁଳି ଚାଲି ଯାଇଥିଲା । ଯାହା ଏକ ବ୍ୟକ୍ତିଙ୍କ ଗୋଡରେ ଯାଇ ବାଜିଥିଲା । ପୁଲିସ ଏବେ ଏଫବିଆଇ ଏଜେଂଟଙ୍କ ଉପରେ ଯାଂଚ ଚଳାଇଛି । ଏହି ଭିଡିଓ ଲୋକାଲ ଟିଭି ଷ୍ଟେସନରେ ଦେଖାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ କିଭଳି ଏହି ଏଜେଂଟ ଡ୍ୟାନ୍ସ କରୁଛନ୍ତି ।

ସେ ଡ୍ୟାନ୍ସ କରିବା ସମୟରେ ଓଲଟା ବୁଲିବା ବେଳେ ବନ୍ଧୁକ ବାହାରକୁ ବାହାରି ଗଳି ପଡୁଛି ଏବଂ ଏହାକୁ ଉଠାଇଲା ବେଳେ ଟ୍ରିଗର ଦାବି ହୋଇ ଗୁଳି ଚାଲିଛି । ଏହାଦ୍ୱାରା ଗୁଳି ଯାଇ ଜଣେ ବ୍ୟକ୍ତିଙ୍କ ଗୋଡରେ ବାଜୁଛି । ଗୁଳି ବାଜିଲା ପରେ ବ୍ୟକ୍ତି ଜଣକୁ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ଚିକିତ୍ସା କରାଯାଇଥିଲା । ପୁଲିସ ଏଜେଂଟଙ୍କୁ ହେଡକ୍ୱାଟର ନେଇ ଯାଇଥିଳେ ଏବଂ ପରେ ତାଙ୍କୁ ଛାଡି ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More