ଏକ ହାତୀ ବିଦ୍ୟୁତ ଜାମବାଲଙ୍କୁ ନିଜ ବଶୀଭୂତ କରିନେଲା ! ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ ।
ବଲିଉଡର ‘କମାଣ୍ଡୋ’ଅର୍ଥାତ ବିଦ୍ୟୁତ ଜାମବାଲ କିଛି ଦିନ ହେବ ନିଜର ଅପକମିଂ ଫିଲ୍ମ ‘ଜଙ୍ଗଲୀ’ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ଏକ ପଶୁ ଚିକିତ୍ସକ ଭୂମିକାରେ ନଜର ଆସିବେ । ହଲିଉଡର ଧମକାଦାର ଏକ୍ସନ କମେଡି ଫିଲ୍ମ ‘ଦ ମାସ୍କ’ପ୍ରସ୍ତୁତ କରିଥିବା ନିର୍ମାତା ଚକ ରସଲେ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମ ଜଡିତ ଥିବା ବିଦ୍ୟୁତ ଜାମବାଲଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
I’ve always been an animal lover but after shooting for #Junglee, I am mesmerized by the mighty elephants!
On #WorldEnvironmentDay, I promise to take care of these stunning creatures for life! pic.twitter.com/RbDFALX2DJ— Vidyut Jammwal (@VidyutJammwal) June 5, 2018
ବିଦ୍ୟୁତ ଜାମବାଲ ଏହି ଫଟୋ ନିଜର ଅଫିସିଆଲ ଟ୍ୱିଟର ଅକାଉଂଟରେ ଶେୟାର କରିଛନ୍ତି । ଫଟୋରେ ସେ ଏକ ହାତୀ ଉପରେ ବସି ତା’ର ଶୁଣ୍ଢକୁ ଧରିଥିବାର ନଜର ଆସିଛନ୍ତି । ଏହି ଫଟୋକୁ ଟ୍ୱିଟରରେ ଖୁବ ପସନ୍ଦ କରାଯାଉଛି । ଏଠାରେ ଆମେ କହି ରଖୁଛୁ ଯେ ‘ଜଙ୍ଗଲୀ’ଫିଲ୍ମରେ ମଣିଶ ଏବଂ ପଶୁ ସହ ଥିବା ସମ୍ପର୍କ ଖାସ କରି ହାତୀ ସହ ଥିବା ବନ୍ଧୁତା ବକାହାଣୀ ନଜର ଆସିବ । ଏହି ଫିଲ୍ମ ପାଇଁ ଅଭିନେତା ବିଦ୍ୟୁତଙ୍କୁ ଖୁବ ପରିଶ୍ରମ କରିବାକୁ ପଡୁଛି । ଫିଲ୍ମ ‘ଜଙ୍ଗଲୀ’ ୧୯ ଅକ୍ଟୋବର ୨୦୧୮ରେ ରିଲିଜ ହେବ ।