ହାପି ବର୍ଥଡେ ଏକତା କପୁର: ଜନ୍ମଦିନରେ ପାର୍ଟି ନୁହେଁ କିଛି ଏଭଳି ପ୍ରସ୍ତୁତି କରିଛନ୍ତି ଏକତା !
ଗତ କିଛି ଦିନ ପୂର୍ବେ ଏକତା କପୁରଙ୍କ ଫିଲ୍ମ ‘ବୀରେ ଦି ୱେଡିଂ’ରିଲିଜ ହୋଇଥିଲା ଏବଂ ଏହାର ଉନ୍ନତ ସଫଳତାରେ ଖୁସି ହୋଇ ଏକତା କପୁର ନିଜ ଜନ୍ମ ଦିନରେ ତିରୁପତି ମନ୍ଦିର ଦର୍ଶନ କରିବାକୁ ଯାଇଛନ୍ତି । ଆଜି ତାଙ୍କୁ ୪୨ବର୍ଷ ହେଲା, ମାତ୍ର ଏହି ଅବସରରେ ସେ ବଡ ପାର୍ଟି ଆୟୋଜନ କରିବା ପରିବର୍ତ୍ତେ ତିରୁପତି ଯାତ୍ରା କରିଛନ୍ତି । ସେ ବୁଧବାର ଦିନ ଟ୍ୱିଟ କରି ଜଣାଇଥିଲେ ଯେ ତାଙ୍କର ଜନ୍ମ ଦିନରେ ସେ ପାର୍ଟି କରିବେ ନାହିଁ ବରଂ ସବୁଥର ଭଳି ତିରୁପତି ଯିବେ ଦର୍ଶନ ପାଇଁ
ଏବଂ ସେଠାରୁ ଆସି ପରିବାରଙ୍କ ସହ ସେ ରାତ୍ରି ଭୋଜନ କରିବେ ।
Ekta Kapoor to give a miss to her birthday celebrations will visit Tirupati | @ektaravikapoorhttps://t.co/rdF9Ef5ek7
— The Statesman (@TheStatesmanLtd) June 6, 2018
ଏହାପୂର୍ବରୁ ସେ ୧ଜୁନରେ ଫିଲ୍ମ ବୀରେ ଦି ୱେଡିଂ’ର ସଫଳତା ପାଇଁ ପ୍ରାର୍ଥନା କରିବାକୁ ଅଜମେର ସରିଫ ଯାଇଥିଲେ । ଏକତା ଟେଲିଭିଜନ ଜଗତରେ ୧୯୯୦ରେ କ୍ୟାରିଅର ଆରମ୍ଭ କରିଥିଲେ ।