ମଶାଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ ।
ସାଧାରଣତଃ ଆଜିକାଲି ମଶାମାନଙ୍କର ଉତ୍ପାଦ ଦିନକୁଦିନ ବଢ଼ି ଚାଲିଥିବାବେଳେ,ଏନେଇ ଅଧିକାଂଶ ଲୋକ ବ୍ୟତିବ୍ୟସ୍ତ ହୋଇପଡ଼ିଲେଣି।କାରଣ ମଶା କାମୁଡ଼ିବା ଫଳରେ ଆମ ଶରୀରକୁ ଅନେକ କିଛି ମହାମାରୀ ସଂକ୍ରମଣ କରିଥାଏ। ଯେପରିକି ମେଲେରିଆ,ଟାଇଫଏଡ଼୍ ଓ ଚିକୁନିଗୁନିଆ ଭଳି ମାରାତ୍ମକ ରୋଗ ଆମକୁ ଗ୍ରାସ କରିଥାଏ। ତେବେ ଏହି ମଶାକୁ ନିପାତ କରିବା ପାଇଁ ନିକଟରେ ଅନେକ ପ୍ରକାରର ମଶାମରା ସାମଗ୍ରୀ ବାହାରିଛିି।ଏସବୁ ଜିନିଷର ପ୍ରୟୋଗ ଯୋଗଁ ମଶା କିଛି ସମୟ ପାଇଁ ଘରମଧ୍ୟରୁ ଦୂରେଇ ଯାଇଥାଏ। ହେଲେଆଜି ଆମେ ଆପଣଙ୍କୁ ଏପରି ୨ଟି ଉପାୟ ବିଷୟରେ କହିବୁ ଯାହାର ପ୍ରୟୋଗ କରି ଆପଣ ମଶା ପ୍ରକୋପରୁ ସବୁଦିନ ଲାଗି ରକ୍ଷା ପାଇ ପାରିବେ ଓ ଆରାମଦାୟକ ନିଦ୍ରା ମଧ୍ୟ ଯିବେ।
ଆସନ୍ତୁ ଜାଣିବା କ’ଣ ଅଟେ ସେହି ଦୁଇ ଉପାୟ କ’ଣ ?…..
୧-ମଶା ଦାଉରୁ ରକ୍ଷା ପାଇବାକୁ ହେଲେ ଆପଣ ଗୋଟିଏ ପାତ୍ରରେ କିଛି ନିମ୍ବ ତେଲ ନେଇ ସେଥିରେ କିଛି ପରିମାଣର କର୍ପୂରର ଗୁଣ୍ଡକୁ ମିଶ୍ରଣ କରନ୍ତୁ। ଏହାପରେ ଆପଣ ଏହାକୁ କୌଣସି ଏକ ସ୍ପ୍ରେ ବୋତଲରେ ଭର୍ତ୍ତିକରି ରଖି ଦିଅନ୍ତୁ। ତେବେ ଏହି ଉପାୟଟି ମଶାକୁ ଦୂରେଇବା ଭଳି କାମରେ ସାହାଯ୍ୟ କରିଥାଏ। ତେଣୁ ଆପଣ ୩ରୁ ୪ଟି ତେଜପତ୍ର ଆଣି ଏଥିରେଏହି ସ୍ପ୍ରେକୁ ପକାଇ କରି ମଶା ହେଉଥିବା ଘର ମଧ୍ୟରେ ଜଳାଇ ଦିଅନ୍ତୁ , ଯାହାଦ୍ୱାରା କି ଏଥିରୁ ବାହାରୁଥିବା ଧୂଆଁ ମାତ୍ର ୧୦ରୁ ୧୫ ସେକେଣ୍ଡ ମଧ୍ୟରେ ହିଁ ମଶାକୁ ଦୂରେଇବା କାର୍ଯ୍ୟଟି ଆରମ୍ଭ କରିଥାଏ। ଏତଦ୍ବ୍ୟତୀତ ଏହାର ଧୂଆଁ ବ୍ୟକ୍ତିକୁ ଆରାମଦାୟକ ନିଦ୍ରା ଦେବା ସଂଗେ ସଂଗେ ମୁଣ୍ଡବିନ୍ଧା ଜନିତ ସମସ୍ୟା ଓ ଅବସାଦଠାରୁ ମଧ୍ୟ ଦୂରେଇ ଥାଏ।ଏହାର ଧୂଆଁ ଆଜ୍ମା ଏବଂ ମାଇଗ୍ରିନ୍ ରୋଗୀଙ୍କ ପାଇଁ ବି ଲାଭଦାୟକ ହୋଇଥାଏ। ଆଉ ଯଦି ଆପଣ ଏହାକୁ ଆହୁରି ସୁଗନ୍ଧିତ କରିବାକୁ ଚାହାଁନ୍ତି ତ,ତେବେ ଏହି ନିମ୍ବ ତେଲରେ କିଛି ମାତ୍ରାରେ ପିପର୍ମିଣ୍ଟ୍ ମିଶାଇ ଦିଅନ୍ତୁ।
୨- ମଶା ଦାଉରୁ ରକ୍ଷା ପାଇବାକୁ ହେଲେ ଆପଣ ଆପଣଙ୍କ ଶେଯ ପାଖରେ ରାତିରେ କର୍ପୂର ଓ ନିମ୍ବତେଲର ଦୀପ ଜଳାଇକରି ଶୁଅନ୍ତୁ। ତେବେ ଏହା କରିବା ଯୋଗୁଁ ନିମ୍ବ ଓ କର୍ପୂରରୁ ବାହାରୁଥିବା ମଶାକୁ ଆମ ପାଖକୁ ଆସିବାକୁ ଦେଇନଥାଏ। ହେଲେ ଯଦି ଆପଣଙ୍କୁ ଏହି ଦୀପ ଜଳାଇବା ଭଲ ଲାଗୁନଥାଏ, ତେବେ ଆପଣ ଏହାର ଏକ ବତି କରି ଜଳାନ୍ତୁ।