ପ୍ରତିଦିନ ସକାଳୁ ଆଖିରେ ଲଗାନ୍ତୁ ବାସି ଛେପ
ଆଖି ଖରାପ ହେବା ଏକ ସାଧାରଣ କଥା ହୋଇଗଲାଣି । ଛୋଟ ଛୁଆ ବି ଏଥିରୁ ବାଦ ପଡ଼ୁ ନାହାନ୍ତି । କୁହାଯାଉଛି ଶରୀରରେ ଜଳୀୟ ଅଂଶର ମାତ୍ରା ହ୍ରାସ ପାଇବା, ଖାଦ୍ୟପାନୀୟରେ ଅନିୟମିତତା, ପରିବେଶ ପ୍ରଦୂଷଣ ଓ ଚାପଗ୍ରସ୍ତ ଜୀବନଶୈଳୀ ଦୃଷ୍ଟିଶକ୍ତି ଦୁର୍ବଳ ହେବାର ପ୍ରମୁଖ କାରଣ । ଏହା ବ୍ୟତୀତ ଅଧିକ ସମୟ ଧରି ଟିଭି ଓ କଂପ୍ୟୁଟର ସମ୍ମୁଖରେ ବସିବା ଯୋଗୁଁ ମଧ୍ୟ ଆଖିର ଦୃଷ୍ଟିଶକ୍ତି କମିବା ସହିତ ଆହୁରି ଅନେକ ସମସ୍ୟା ଦେଖାଯାଉଛି ।
ତେଣୁ ଯେମିତି ଆଖି ଖରାପ ହେବା ସାଧାରଣ କଥା ହୋଇଗଲାଣି ସେମିତି ଚଷମା ପିନ୍ଧିବା ବି ସାଧାରଣ କଥା ହୋଇଗଲାଣି । ତେବେ ଜାଣିଛନ୍ତି ଆଖିର ଦୃଷ୍ଟି ଶକ୍ତି ବଢ଼ାଇବା ଓ ଚଷମାକୁ ସବୁ ଦିନ ପାଇଁ ବାଏ ବାଏ କରିବାର ଏକ ବଢ଼ିଆ ଘରୋଇ ପଚାର ରହିଛି । ଆୟୁର୍ବେଦରେ ମଧ୍ୟ ଏହାର ଉଲ୍ଲେଖ ରହିଛି । ଏହା ହେଉଛି ବାସି ଛେପ । ବାସି ଛେପ ଅବା ସକାଳୁ ସକାଳୁ ଉଠିଲା ବେଳକୁ ଆମ ପାଟିରୁ ବାହାରୁ ଥିବା ଲାଳ ଆଖି ପାଇଁ ବଡ଼ ଉପକାରୀ ।
ସକାଳୁ ଉଠି ବସି ଛେପ (ମୁହଁ ଧୋଇ କୁଳି କରିବା ପୂର୍ବରୁ)କୁ ଆଖିରେ ଲଗାନ୍ତୁ । ଏମିତି କଲେ ଧୀରେ ଧୀରେ ଆପଣଙ୍କୁ ଆଉ ଚଷମା ପିନ୍ଧିବାକୁ ପଡ଼ିବନି । ବାସି ଛେପ ଲଗାଇଲେ ଆଖିରେ ଦେଖାଯାଉଥିବା ଅନ୍ୟ ସମସ୍ୟା- ଆଖି ଲାଲ ପଡ଼ିବା, ଆଖି ଜଳିବା ଆଦି ଦୂର ହୋଇଥାଏ ।