ଡବ୍ଲୁଡବ୍ଲୁଇ ରେସଲରେ ଏବଂ ସିଂହ ମଧ୍ୟରେ ମୁକାବିଲା କେବେ ଦେଖିଛନ୍ତି, ଦେଖନ୍ତୁ କିଏ ଅଧିକ ବଳଶାଳୀ ?
ଯଦି ସିଂହର ମୁକାବିଲା ମହା ଶକ୍ତିଶାଳୀ ରେସଲରଙ୍କ ସହ ହୁଏ ତେବେ କିଏ ଜିତିବ ? ଏହି ବିଷୟରେ ଭାବି ଆପଣଙ୍କୁ ହିନ୍ଦୀ ସିନେମାର ସେହି ସିନ ମନେ ପଡି ଯାଇଥିବ ଯେଉଁଥିରେ ହିରୋ ଏକା ସିଂହ କିମ୍ବା ଚିତାକୁ ହରାଇ ଦେଇଥାଆନ୍ତି । ମାତ୍ର ବାସ୍ତବିକତା ଜୀବନରେ ଏଭଳି ହୋଇ ନଥାଏ । ତିନି ବର୍ଷର ସିଂହ ସାମ୍ନାରେ ୩ଜଣ ରେସଲର ମଧ୍ୟ କିଛି ନୁହନ୍ତି, ଏପରିକି ତାଙ୍କୁ ମୁକାବିଲା ଛାଡିବା ପାଇଁ ପଡିଲା ।
ଟେକସାସ ଜୁ ରେ ଏକ ସିଂହ ଏବଂ ରେସଲରଙ୍କ ମଧ୍ୟରେ ଏକ ରସିରେ ବଳ ପ୍ରୟୋଗ ଚାଲିଥିବା ଏକ ଭିଡିଓ ଟ୍ୱିଟରରେ ଅପଲୋଡ କରାଯାଇଛି । ଏହି ଭିଡିଓକୁ ସେନ ଏଂଟୋନିୟୋ ଜୁ ପ୍ରଶାସନ ତରଫରୁ ଫେସବୁକରେ ସେୟାର କରାଯାଇଛି । ଯାହାକୁ ଦେଖି ଏହି ସିଂହକୁ ବିଶ୍ୱ ରେସଲିଂଗ ଏଂଟରଟେନମେଂଟରେ ଆୱାର୍ଡ ପ୍ରଦାନ କରିଛନ୍ତି । ମିଡିଆ ରିପୋର୍ଟ ମୁତାବିକ ସିଂହର ଶକ୍ତିକୁ ପ୍ରୋତ୍ସାହନ କରିବା ଏହାର ମୁଖ୍ୟ କାରଣ ଥିଲା ।