ସଲମାନଙ୍କ ରେସ ଥ୍ରି ବକ୍ସ ଅଫିସରେ ଖୁବ ଇନକମ କରିଚାଲିଛି । ଓପନିଙ୍ଗ ୱିକେଣ୍ଡରେ ୧୦୦ କୋଟିରେ ପ୍ରବେଶ କରି ସାରିଛ ଏହି ଫିଲ୍ମ । ତେବେ ଫିଲ୍ମରେ ସମସ୍ତ ଅଭିନେତ୍ରୀ ଏବଂ ଅଭିନେତା ଷ୍ଟଂଟ ସିନ କରିଛନ୍ତି । ଏହା ମଧ୍ୟରେ ରହିଛି ଜ୍ୟାକଲିନ ଏବଂ ଡେଜି ଶାହଙ୍କ ସିକ୍ୱେନ୍ସ । କିଭଳି ସୁଟିଂ ହୋଇଥିଲା ଏହି ସିନ ଉପରେ ନଜର ପକାନ୍ତୁ ।
ୟୁଟ୍ୟୁବରେ ଦୁଇ ଅଭିନେତ୍ରୀଙ୍କ ଏକ ଫାଇଟ ଭିଡ଼ିଓ ସେୟାର କରାଯାଇଛି । ଯେଉଁଥିରେ ଦୁଇଜଣଙ୍କ ମଧ୍ୟରେ ଲଢେଇ ନଜର ଆସିଛି । ତେବେ ସେହି ଦୃଶ୍ୟ ପାଇଁ ଦୁଇ ହିରୋଇନ ଖୁବ ପରିଶ୍ରମ କରିଛନ୍ତି । ସିକ୍ୱେନ୍ସ ସମୟରେ ସଲମାନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେଠାରେ ସେ ଜ୍ୟାକଲିନଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି । ଏହା ସହିତ ଜ୍ୟାକଲିନ ସଲମାନଙ୍କୁ କିକ ମାରୁଥିବା ସିନ ମଧ୍ୟ ସାମ୍ନାକୁ ଆସିଛି ।
ନିର୍ଦ୍ଦେଶକ ରେମୋ ଡିସୁଜା ଜ୍ୟାକଲିନଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ସେ କହୁଛନ୍ତିଯେ ଜ୍ୟାକଲିନ ଖୁବ ପରିଶ୍ରମୀ ତାଙ୍କ ଠାରୁ ଯେତେ କାମ କରିବା କଥା କରିନିଅ । ଅନ୍ୟ ପକ୍ଷରେ ଡେଜି ଜଣେ ଡ୍ୟାନ୍ସର ତେଣୁ ତାଙ୍କୁ ଆକ୍ସନ ସିନ ସମୟରେ ଖୁବ ସାହାଯ୍ୟ ମିଳିଥିଲା । ସଲମାନଙ୍କ କହିବା ଅନୁସାରେ ଜ୍ୟାକଲିନ ସିଂଘି ଭଳି କାମ କରିଛନ୍ତି । ଡେଜି ଫିଲ୍ମ ପାଇଁ ଖୁବ ପରିଶ୍ରମ କରିଛନ୍ତି ।