ଆପଣ ହୁଏ ଖାଲି ରସୁଣ ଖାଇ ଅନେକ ସମୟରେ ମୁଖ ଦୁର୍ଗନ୍ଧର ଶିକାର ହୋଇଥିବେ। ମାତ୍ର ରସୁଣ ଯେ ଦେହ ପାଇଁ ଖୁବ ଦରକାରୀ ହୋଇଥାଏ ଏହାକୁ ତ କେବେ ଅସ୍ୱୀକାର କରିପାରିବେ ନାହିଁ। ମାତ୍ର ଆପଣ ମହୁ ଏବଂ ରସୁଣ ଏକା ସାଙ୍ଗରେ ଖାଇବା ଦ୍ୱାରା କି କି ଲାଭ ମିଳେ ଜାଣିଛନ୍ତି କି? ମହୁ ସହିତ ରସୁଣ ଖାଇଲେ ମୁଖ ଦୁର୍ଗନ୍ଧ ତ ହେବ ନାହିଁ। ଏହାଛଡ଼ା ବହୁ ଫଳ ମଧ୍ୟ ପାଇପାରିବେ।
ରସୁଣ ଖାଇବା ଦ୍ୱାରା ଦୃଦ୍ରୋଗ, ଡାଇରିଆ, ହୃଦ୍ଘାତ, ଆଦି ଅନେକ୍ ରୋଗକୁ ନିୟନ୍ତ୍ରଣ କରି ହେବ। ସେହପରି ମହୁ ବହୁ ପେଟ ସମସ୍ୟା ଦୂର କରିବା ସହ କ୍ଷତ ସ୍ଥାନରେ ଲଗାଇଲେ କ୍ଷତ ଖୁବ ଶୀଘ୍ରଳ ସୁଖି ଯାଇଥାଏ।
ଆପଣ ଯଦି ଦୈନିକ ଗୋଟାଲ ଟେବୁଲ୍ ଚାମଚ ମହୁ ସହ ଟିକେ ରସୁଣ ଖାଇବେ ତାହା ଆପଣଙ୍କ ଶରୀର ପାଇଁ ଆଶାନୁରୂପ ଫଳ ଦେବ। ଆପଣଙ୍କ ହଜମ ଶକ୍ତି ବୃଦ୍ଧି କରାଇବା ସହ ପେଟଜନୀତ ସମସ୍ତ ସମସ୍ୟା ଦୂର କରିବ। ଖାଲି ସେତିିକି ନୁହେଁ, ଏହା ଶ୍ୱାସ ରୋଗୀଙ୍କ ପାଇଁ ଖୁବ୍ ଭଲ। ଥଣ୍ଡା ଦେହ ଯାହାର ସେମାନେ ଏହାକୁ ଦୈନିକ ଖାଇଲେ ପ୍ରବଳ ଫ୍ରଳପ୍ରଦ ହେବେ।