ଆଇଫା ଆୱାର୍ଡ଼ସରେ ନଜର ଆସିବେ ରେଖା,୨୦ ବର୍ଷ ପରେ କରିବେ ଲାଇଫ ପର୍ଫମାନ୍ସ ।
ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକରେ ଆଜି ଆରମ୍ଭ ହେବ ଇଂଟରନେସନାଲ ଇଣ୍ଡିଆନ ଫିଲ୍ମ ଏକାଡେମୀ ଆୱାର୍ଡ଼ସ । ଏହି ଇଭେଂଟରେ ଅଭିନେତ୍ରୀ ରେଖା ୨୦ ବର୍ଷ ପରେ ଲାଇଭ ପର୍ଫମାନ୍ସ କରୁଥିବାର ନଜର ଆସିବେ । ତେବେ ଏହି ୧୯ ତମ ସଂସ୍କରଣରେ ୨୦୦୦ ସିଟ ବିଶିଷ୍ଟ ଥିଏଟରକୁ ଚୟନ କରାଯାଇଛି ।
ଆଇଫାର ରେଡ଼ କାର୍ପେଟରେ ରଣବୀର କପୁର,ଶାହିଦ କପୁର,ଅର୍ଜୁନ କପୁର,କ୍ରିତି ସାନନ,ବବି ଦେଓଲ ଓ ନୁସରତ ଭରୁଚା ଭଳି ଷ୍ଟାର ମାନେ ନଜର ଆସିବେ । କିନ୍ତୁ ମଂଚରେ ରେଖାଙ୍କ ପର୍ଫମାନ୍ସ ନିହାତି ଭାବରେ ଆକର୍ଷଣ ସାଜିବ । ରିତେଶ ଦେଶମୁଖ ଏବଂ କରଣ ଜୋହର ଏହାର ହୋଷ୍ଟ କରିବେ ।
ତେବେ ଏହାର ଭାଗୀଦାର ହୋଇଥିବାରୁ ଖୁବ ଏକ୍ସାଇଟେଡ ଅଛନ୍ତି ବବି ଦେଓଲ । ତେବେ ସେ ଲୋକଙ୍କୁ ଖୁବ ଏଂଟରଟେନ କରିବେ ।