ରିଲିଜ ହେଲା ଫିଲ୍ମ ଲଭରାତ୍ରୀର ମୋଶନ ପୋଷ୍ଟର ।
ବଲିଉଡ ଆକ୍ଟର ଆୟୁଷ ଶର୍ମା ଏବଂ ବରିନା ହୁସେନଙ୍କ ଅପକମିଂ ଫିଲ୍ମ ଲଭରାତ୍ରୀର ନିକଟରେ ମୋଶନ ପୋଷ୍ଟର ରିଲିଜ ହୋଇଛି । ଦୁଇ ଷ୍ଟାରଙ୍କର ଏହା ହେଉଛି ଡେବ୍ୟୁ ଫିଲ୍ମ । ପୋଷ୍ଟର କଥା ଆଲୋଚନା କରିବା ତ ଏହା ଖୁବ କଲରଫୁଲ । ଦୁଇଜଣ ବାଇକରେ ବସିଥିବାର ନଜର ଆସିଛନ୍ତି । ଏହାର ବ୍ୟାକଗ୍ରାଉଣ୍ଡରେ ଏକ ଗୁଜୁରାତୀ ଗୀତ ଦିଆଯାଇଛି ।
ଏହି ପିଲ୍ମର ନିର୍ମାଣ ସଲମାନଙ୍କ ନିଜ ପ୍ରଡକ୍ସନ ବ୍ୟାନର ତଳେ ହେଉଛି । ଆୟୁଷ ସଲମାନଙ୍କ ଭଉଣୀ ଅର୍ପିତାଙ୍କ ହଜବ୍ୟାଣ୍ଡ । ଆୟୁଷଙ୍କ ଅପୋଜିଟରେ ବରୀନା ନଜର ଆସିବେ । ଏହା ମଧ୍ୟ ତାଙ୍କର ପ୍ରଥମ ଫିଲ୍ମ । ଆୟୁଷ ଫିଲ୍ମର ପୋଷ୍ଟରକୁ ଟ୍ୱିଟର ଆକାଉଂଟରେ ସେୟାର କରିଛନ୍ତି ।
#Loveratri – The celebration of Love ?
Lighting up theatres on the 5th of October!#LoveratriTeaser – https://t.co/oTEGLXRsof@BeingSalmanKhan @Warina_Hussain @abhiraj21288 @SKFilmsOfficial pic.twitter.com/B0YT3H8VIv— Aayush Sharma (@aaysharma) June 21, 2018
ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଭିରାଜ ମୀନାବାଲା । ଏହା ଅଭିରାଜଙ୍କର ମଧ୍ୟ ଡେବ୍ୟୁ ଫିଲ୍ମ । ସୂଚନା ଅନୁସାରେ ଫିଲ୍ମ ୫ ଅକ୍ଟୋବରକୁ ରିଲିଜ ହେବ ।