ବଲିଉଡ ଅଭିନେତ୍ରୀରୁ ଇଂଟର ନ୍ୟାସନାଲ ଆଇକନ ହୋଇଥିବା ପ୍ରିୟଙ୍କା ଚୋପ୍ରା ଏବେ ଭାରତରେ ଅଛନ୍ତି । ସବୁଠାରୁ ମଜାଦାର କଥା ହେଉଛି କେବଳ ସେ ଏବେ ଭାରତରେ ନାହାନ୍ତି ବରଂ ତାଙ୍କ ସହ ତାଙ୍କ କଥିତ ବୟଫ୍ରେଣ୍ଡ ତଥା ସିଙ୍ଗର ହଲିଉଡ ସିଙ୍ଗର ନିକ ଜୋନ୍ସ ମଧ୍ୟ ଅଛନ୍ତି । ଏୟାରପୋର୍ଟରୁ ଓହ୍ଲାଇବା ଠାରୁ ଆରମ୍ଭ କରି ଡିନର କରିବା ପର୍ଯ୍ୟନ୍ତ ଆସିବା ଦିନ ଠାରୁ ଏହି ଦୁଇ ଯୋଡିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ଦୁହେଁ ପରିବାର ସମେତ ଗୋଆରେ ପହଂଚିଛନ୍ତି । ଏହି ଗୋଆ ଜର୍ଣ୍ଣିରେ ତାଙ୍କ ସହ ତାଙ୍କ ଭଉଣୀ ପରିଣିତି ମଧ୍ୟ ନଜର ଆସିଛନ୍ତି ।
ପ୍ରିୟଙ୍କା ଏବଂ ପରିଣିତି ମିଶି ଗୋଆରେ ଟିପ ଟିପ ବର୍ଷା ପାନିରେ ମଜାଦାର ପରର୍ଫମାନ୍ସ ଦେଇଛନ୍ତି ।
ଗୋଆରେ ସୋମବାର ବର୍ଷା ହେଉଥିବା ବେଳେ ଏହାମଧ୍ୟରେ ପରିଣିତି ଏବଂ ପ୍ରିୟଙ୍କା ଏହି ପାଗକୁ ଜମେଇକି ଉପଭୋଗ କରିଛନ୍ତି । ପରିଣିତି ପ୍ରିୟଙ୍କା ସହ ନେଇଥିବା ଏହି ଭିଡିଓକୁ ଶେୟାର ମଧ୍ୟ କରିଛନ୍ତି । ୧୭ଘଂଟା ପୂର୍ବେ ଶେୟାର ହୋଇଥିବା ଏହି ଭିଡିଓକୁ ୨୫ଥରରୁ ଅଧିକ ଥର ଦେଖା ଯାଇ ସାରିଲାଣି ।