ଲାଲୁ ପ୍ରସାଦଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଫିଲ୍ମରେ କ୍ୟାରିଅର କରିବାକୁ ନେଇ ଫୋକସ କରୁଛନ୍ତି । ବିହାରର ପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଜନତା ଦଳର ବିଧାୟକ ତେଜପ୍ରତାପ ଯାଦବ ଫିଲ୍ମ ‘ରୁଦ୍ରା ଦ ଅବତାର’ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଟ୍ୱିଟରରେ ଫିଲ୍ମର ଫାଷ୍ଟ ଲୁକ ଜାରି କରିଛନ୍ତି ।
— Tej Pratap Yadav (@TejYadav14) June 27, 2018
ତେଜ ପ୍ରତାପ ଫିଲ୍ମ ସହିତ ଯଡ଼ିତ ହେବାର କୌଣସି ଖବର ଆସିନାହିଁ । ୨୯ ବର୍ଷୀୟ ତେଜପ୍ରତାପ ଭୋଜପୂରୀ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି । ସେ ଫିଲ୍ମ ‘ଅପହରଣ ଉଦ୍ୟୋଗ’ରେ ମୁଖ୍ୟମନ୍ତ୍ରୀ ଚରିତ୍ରରେ ନଜର ଆସିଥିଲେ । ଖବର ଅନୁସାରେ ମଇ ମାସରେ ସେ ବିବାହ କରିଥିଲେ ।
ତେଜପ୍ରତାପଙ୍କ ପୂର୍ବରୁ ବିହାରର କେତେକ ରାଜନୈତିକ ପରିବାରର ପିଲାମାନେ ଅଭିନୟରେ ଭାଗ୍ୟ ଆପଣାଇଥିଲେ । ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ସିହ୍ନା ମଧ୍ୟ ବଲିଉଡରେ ପାଦ ରଖି ସାରିଛନ୍ତି ।