ମାହେଶ୍ୱରୀ ସମାଜର ଘୋଷଣା, ତୃତୀୟ ସନ୍ତାନ ପାଇଁ ୫୦ ହଜାର ଚତୁର୍ଥ ପାଇଁ ୧ ଲକ୍ଷ !
ଦେଶର ବର୍ଦ୍ଧିତ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଉଛି । ଅନ୍ୟପଟେ ମଧ୍ୟପ୍ରଦେଶର ମାହେଶ୍ୱରୀ ସମାଜ ଆଗରେ ଦୃତ ବେଗରେ ହ୍ରାସ ପାଉଥିବା ଜନସଂଖ୍ୟା ବଡ ଚିନ୍ତାସୃଷ୍ଟି କରିଛି । ଏହି କାରଣରୁ ଅଖିଳ ଭାରତୀୟ ମାହେଶ୍ୱରୀ ମହାସଭା ଜନସଂଖ୍ୟା ବୃଦ୍ଧି ପାଇଁ ପୁରସ୍କାର ଦେବାର ଘୋଷଣା କରିଛନ୍ତି ।
ମହାସଭା ଦେଶବ୍ୟାପୀ ନିଜ ସାମାଜିକ ସଂଗଠନ ମାନଙ୍କୁ ସେମାନଙ୍କ ସ୍ତରରେ ଏନେଇ ଉଦ୍ୟମ କରିବାର ନିର୍ଦ୍ଦେଶ ଦେଇଛି । ଏଥିସହ ମହାସଭା ନିଜ ସମାଜର ୧୨ରୁ ୧୮ ବର୍ଷର ଝିଅଙ୍କୁ କାଉନସିଲିଂ କରାଇବ । ଗୋଟିଏ ସନ୍ତାନ ଦ୍ୱାରା କିପରି ଅସୁବିଧା ହୁଏ ତାହା ମଧ୍ୟ ବୁଝାଯିବ ।
ଘୋଷଣା କ୍ରମରେ ମାହେଶ୍ୱରୀ ସମାଜ ମହିଳାଙ୍କ ତୃତୀୟ ସନ୍ତାନ ଜନ୍ମ ପାଇଁ ୫୦ ହଜାର, ଚତୁର୍ଥ ପାଇଁ ୧ ଲକ୍ଷ ଏବଂ ପଞ୍ଚମ ସନ୍ତାନ ପାଇଁ ୨ ଲକ୍ଷ ପୁରସ୍କାର ଦେବେ । ଏହି ଅର୍ଥ ପିଲାଙ୍କ ନାମରେ ଏଫଡି କରାଯିବ ।