ସାମ୍ନାକୁ ଆସିଲା ସୁଶାନ୍ତ ସିଂ ରାଜପୁତଙ୍କ ନୂଆ ଫିଲ୍ମର ଫାଷ୍ଟ ଲୁକ, ଏହି ଅଭିନେତ୍ରୀଙ୍କ ସହିତ କରିବେ ରୋମାନ୍ସ ।
ସୁଶାନ୍ତ ସିଂ ରାଜପୁତ ଖୁବଶୀଘ୍ର ହଲିଉଡ ଫିଲ୍ମ ‘ଦ ଫଲ୍ଟ ଇନ ଆୱାର ଷ୍ଟାରସ’ର ହିନ୍ଦୀ ରିମେକରେ ନଜର ଆସିବେ । ଫିଲ୍ମର ଫାଷ୍ଟ ଲୁକକୁ ଶୁକ୍ରବାର ଦିନ ରିଲିଜ କରାଯାଇଛି । ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୁତଙ୍କ ସହିତ ସଂଜନା ସଙ୍ଘୀ ଲିଡ ରୋଲରେ ନଜର ଆସିବେ । ସେ ପୂର୍ବରୁ ରକଷ୍ଟାର , ହିନ୍ଦୀ ମିଡିୟମ ଏବଂ ଫୁକରେ ପରି ଫିଲ୍ମରେ ନଜର ଆସିଛନ୍ତି । କିନ୍ତୁ ସଂଜନାଙ୍କୁ ପ୍ରଥମଥର ପାଇଁ ଲିଡ ଅଭିନେତ୍ରୀ ଭାବେ ଦେଖିବାକୁ ମିଳିବ ।
ସୁଶାନ୍ତ ଟୁଇଟ କରି ଫିଲ୍ମର ଫାଷ୍ଟ ଲୁକକୁ ସେୟାର କରିଥିଲେ । ଏହାର କ୍ୟାପସନରେ ସେ ଲେଖିଥିଲେ, ‘ନୂଆ ଆରମ୍ଭ, ଫକ୍ସ ଷ୍ଟାର ଇଣ୍ଡିଆ ଏବଂ କାଷ୍ଟିଂ ମୁକେଶ ଛାବଡା ।’ ଫିଲ୍ମର ଫାଷ୍ଟ ଲୁକକୁ ଦେଖିଲେ ଜଣାପଡୁଛି ଓରିଜିନାଲ ଫିଲ୍ମ ପରି ଏହି ଫିଲ୍ମରେ ମଧ୍ୟ ଦୁଇ ଷ୍ଟାରଙ୍କ ମଧ୍ୟରେ ଭଲ ତାଳମେଳ ଦେଖିବାକୁ ମିଳିବ । ଖବର ଅନୁସାରେ ଫକ୍ସ ଷ୍ଟାର ଷ୍ଟୁଡିଓରେ ଫିଲ୍ମର ସୁଟିଂ ଏବେ ଆରମ୍ଭ ହୋଇସାରିଛି ।
ପ୍ରସିଦ୍ଧ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବଡା ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି । ସୁଶାନ୍ତ ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ମୁକେଶ ଏବଂ ମୋ ମଧ୍ୟରେ ଭଲ ବଣ୍ଡିଂ ରହିଛି । ସେ ମୋତେ ପ୍ରଥମ ଫିଲ୍ମ ଦେଇଥିଲେ ଏବଂ ସେ ପ୍ରତିଜ୍ଞା କହିଥିଲେ ଯେ ମୁଁ ତାଙ୍କ ଫିଲ୍ମରେ କାମ କରିବି । ଏହା ସହିତ ସେ ଫକ୍ସ ଷ୍ଟାର ଷ୍ଟୁଡିଓକୁ ସୁନ୍ଦର କାହଣୀରେ ତାଙ୍କୁ ଯୋଡିବା ପାଇଁ ଧନ୍ୟବାଦ ଜଣାଇଥିଲେ ।’