ଫିଲ୍ମ ଚାମ୍ପିଅନର ସୁଟିଂ ସେଟରେ ନିଜ ଜନ୍ମଦିନ ପାଳନ କରିଛନ୍ତି ଓଲିଉଡ୍ ସୁନ୍ଦରୀ ଅର୍ଚ୍ଚିତା ସାହୁ । କେଟ୍ କାଟି କ୍ରୁ ମେମ୍ବରଙ୍କ ଗହଣରେ ବେଶ୍ ଧୁମ୍ ଧାମରେ ନିଜ ଜନ୍ମଦିନ ପାଳିଛନ୍ତି ଅର୍ଚ୍ଚିତା । ଅର୍ଚ୍ଚିତା ନିଜ ଇଂଷ୍ଟାଗ୍ରାମରେ ଆକାଉଣ୍ଟରେ ନିଜ ଜନ୍ମଦିନର କିଛି ଫଟୋ ଏବଂ ଭିଡିଓ ଫ୍ୟାନମାନଙ୍କ ପାଇଁ ସେୟାର କରିଥିଲେ ।
ଦେଖନ୍ତୁ ଫଟୋ ଏବଂ ଭିଡିଓ-
ଚଳଚ୍ଚିତ୍ର ଓ ମାଇ ଲଭ୍ ଜରିଆରେ ଅଭିନୟ ଜଗତରେ ଏଂଟ୍ରି କରିଥିଲେ ଅର୍ଚ୍ଚିତା । ଏହାପରେ ଆକାଶେ କି ରଙ୍ଗ ଲାଗିଲା, ଲୋଫର୍, ମୁଁ ସପନର ସୌଦାଗର, ଥୁକୁଲ୍, ଏସସିପି ସାଗରିକା, ପିଲାଟା ବିଗିଡିଗଲା, ହେଲା ମତେ ପ୍ରେମ ଜର, ବାଏ ବାଏ ଦୁବାଇ, ଶିବା ନଟ୍ ଆଉଟ୍ ଭଳି ଅନେକ ସିନେମାରେ ଏହି ସୁନ୍ଦରୀଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି । ତେବେ ଅର୍ଚ୍ଚିତା ଏବେ ନିଜ ଆଗାମୀ ଫିଲ୍ମ ଚାମ୍ପିଅନ୍ ର ସୁଟିଂରେ ଅଛନ୍ତି ବ୍ୟସ୍ତ । ସିନେମାରେ ଜଣେ ବକ୍ସର୍ ଭୂମିକାରେ ତାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ ।