ଗୌରୀଙ୍କୁ ପାଇବା ପାଇଁ ୫ ବର୍ଷ ପର୍ଯ୍ୟନ୍ତ ମିଛ କହିଥିଲେ ଶାହରୁଖ !
ବଲିଉଡ ଷ୍ଟାର କପଲଙ୍କ କଥା ସାମ୍ନାକୁ ଆସିଲେ ପ୍ରଥମେ ଶାହରୁଖ ଏବଂ ଗୌରୀଙ୍କ କଥା ମନେପଡେ । ତେବେ ଦୁହିଁଙ୍କ କଥା ମନକୁ ଆସିବା ବି ସ୍ୱଭାବିକ କାରଣ ଦୁହିଁଙ୍କ ମଧ୍ୟରେ ଢେର ସାରା ଭଲପାଇବା ରହିଛି । ଦୁହେଁ ୨୭ ବର୍ଷ ହେଲା ଏକା ସହିତ ଅଛନ୍ତି ଏବଂ ଲୋକେ ମଧ୍ୟ ଶାହରୁଖ ଏବଂ ଗୈାରୀଙ୍କ ଯୋଡିକୁ ପସନ୍ଦ କରିଥାନ୍ତି ।
ନିକଟରେ ଶାହାରୁଖ ଖାନ ଫ୍ୟାନ କ୍ଲବ ଶାହାରୁଖ ଏବଂ ଗୌରୀଙ୍କର ଏକ ପୁରୁଣା ଫଟୋକୁ ସେୟାର କରିଛନ୍ତି । ଏହି ଫଟୋରେ ଶାହାରୁଖ ଏବଂ ଗୌରୀଙ୍କ କ୍ୟୁଟ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଏହି ଫଟୋ ନବାବର ସହର ଲକ୍ଷେ୍ନøର ଅଟେ । ଶାହାରୁଖଙ୍କ ଫ୍ୟାନକ୍ଲବ ଏହିପରି ଅନେକ ପୁରୁଣା ଫଟୋକୁ ସେୟାର କରିଥାନ୍ତି ।
ଶାହାରୁଖ ଏବଂ ଗୌରୀ ସ୍କୁଲ ସମୟରୁ ହିଁ ଦୁହେଁ ଦୁହିଁକୁ ଭଲପାଇବସିଥିଲେ । ଅନେକ ଦିନ ଅଫେୟାରରେ ରହିବା ପରେ ଦୁହେଁ ଘର ଲୋକଙ୍କୁ ଏହି ବଷୟରେ ଜଣାଇଥିଲେ । କିନ୍ତୁ ଶାହାରୁଖ ମୁସଲିମ ହୋଇଥିବାରୁ ଗୌରୀଙ୍କ ପରିବାର ଲୋକେ ରାଜି ନଥିଲେ । ଦୁହେଁ ଅନେକ କଷ୍ଟ କରି ପରିବାର ଲୋକଙ୍କୁ ବୁଝାଇଥିଲେ । ଶେଷରେ ଦୁହିଁଙ୍କ ଭଲପାଇବା ଜିତିଥିଲା । କହିରଖୁଛୁ ଯେ ୧୯୮୪ରେ ଏକ କମନ ଫ୍ରେଣ୍ଡ ପାର୍ଟିରେ ଦୁହିଁଙ୍କର ଦେଖା ହୋଇଥିଲା । ସେତେବେଳେ ଶାହରୁଖଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା ।
ସବୁଠାରୁ ବଡ କଥା ହେଉଛି ଶାହରୁଖ ଗୌରୀଙ୍କ ପରିବାର ଲୋକଙ୍କୁ ଇମ୍ପ୍ରେସ କରିବା ପାଇଁ ୫ ବର୍ଷ ପର୍ଯ୍ୟନ୍ତ ହିନ୍ଦୁ ହେବାର ନାଟକ କରିଥିଲେ । କେବଳ ଏତିକି ନୁହେଁ ସେ ନିଜର ନାଁ ମଧ୍ୟ ବଦଳାଇ ଦେଇଥିଲେ । ଶେଷରେ ଅନେକ ଷ୍ଟ୍ରଗଲ ପରେ ୨୫ ଅକ୍ଟୋବର ୧୯୯୧ରେ ଦୁହେଁ ବିବାହ କରିଥିଲେ ।