ସୋନାଲୀଙ୍କ କ୍ୟାନସର ଖବର ଶୁଣି ନ୍ୟୁୟର୍କରେ ଦେଖା କରିବାକୁ ପହଂଚିଲେ ଅକ୍ଷୟ ।
ସୋନାଲିଙ୍କ ଅସୁସ୍ଥତା ବିଷୟରେ ଶୁଣି ପ୍ରଥମେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଯାଇ ତାଙ୍କ ପାଖରେ ପହଞ୍ଚିଥିଲେ। ଦୁହେଁ ‘ୱାନ୍ସ୍ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା’ ଫିଲ୍ମରେ ଏକାଠି କାମ କରିଥିଲେ। ସୋନାଲିଙ୍କ ବିଷୟରେ ଜଣାପଡ଼ିବା ସେ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ ଓ ତାଙ୍କ ସାହସ ବଢ଼ାଇଥିଲେ। ଅକ୍ଷୟ କହିଛନ୍ତି,’ମୁଁ ଜାଣିଛି ସୋନାଲି ଜଣେ ଯୋଦ୍ଧା। ଈଶ୍ୱର ତାଙ୍କୁ ଭଲ କରିବାରେ ସାହାଯ୍ୟ କରିବେ।”
ସୋନାଲିଙ୍କୁ କ୍ୟାନସର୍ ହୋଇଛି ଓ ଏହା ଏବେ ମେଟାସ୍ଟେସାଇଜ ହୋଇଗଲାଣି। ସୋନାଲି ବର୍ତ୍ତମାନ ଆମେରିକାର ନ୍ୟୁୟର୍କରେ ଅଛନ୍ତି। ସ୍ଲୋନ୍ କ୍ୟାଟରିଂ କ୍ୟାନସର୍ ସେଣ୍ଟରରେ ତାଙ୍କର ଚିକିତ୍ସା ଚାଲିଛି। ସେଠାରେ ତାଙ୍କ ସହ ତାଙ୍କ ସ୍ୱାମୀ ଗୋଲ୍ଡି ବେହଲ ଓ ପୁଅ ରଣଭୀର ବେହଲ ଅଛନ୍ତି। ସୋନାଲି ୨୦୦୨ ମସିହାରେ ବାହା ହୋଇଥିଲେ ଓ ତାଙ୍କ ପୁଅ ରଣଭୀର ୨୦୦୫ରେ ଜନ୍ମ ହୋଇଥିଲେ।