ଚଢେଇ ପାଇଁ ଜଳିଗଲା ୧୭ ଏକର ଫସଲ, ଦେଖନ୍ତୁ ଭାଇରାଲ ଫଟୋ
ଜର୍ମାନୀରେ ଏକ ଚଢେଇ କାରଣରୁ ୧୭ ଏକରର ଫସଲ ପୋଡି ପାଉଁଶ ହୋଇଯାଇଛି । ନିଆଁ ଲିଭାଇବା ପାଇଁ ହେଲିକପ୍ଟର ଡକାଯାଇଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇପାରିନଥିଲା । ଜର୍ମାନୀର ରୋଷ୍ଟକ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି ।
ରିପୋର୍ଟ ଅନୁସାରେ ଏହି ଜମି ଉପର ଦେଇ ଯାଇଥିବା ଇଲେକ୍ଟ୍ରିତାର ସଂସ୍ପର୍ଶରେ ଆସିଥିଲା ଏକ ଚଢେଇଟିଏ । ଚଢେଇଟି ଜଳିଜଳି ପଡିଥିଲା ବିଲରେ ଥିବା ଏକ ଶୁଖିଲା ସ୍ଥାନରେ । ଆଉ ସଙ୍ଗେ ସଙ୍ଗେ ଲାଗିଯାଇଥିଲା ନିଆଁ । ପବନ କାରଣରୁ ହୁ ହୁ ହୋଇ ଜଳିଥିଲା ଏହି ଜମି । ୫୦ ରୁ ଅଧିକ ନିଆଁ ଲିଭାଳି ଅଧିକାରୀ ଏବଂ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାର ଚେଷ୍ଟା କରିଥିଲା ବେଳେ ବିଫଳ ହୋଇଥିଲେ । ହେଲିକପ୍ଟର ସାହାଯ୍ୟରେ ନିଆଁ ଲିଭାଇବାର ଚେଷ୍ଟା ମଧ୍ୟ କରାଯାଇଥିଲା ।