କ୍ୟାଟ୍ରିନାଙ୍କ ସହ ବ୍ୟାୟାମ କରିବା ଶରୀର ପାଇଁ ହାନିକାରକ: ସୋନାକ୍ଷୀ ସିହ୍ନା
ସୋନାକ୍ଷୀ ସିହ୍ନା ଏବଂ କ୍ୟାଟ୍ରିନା କୈଫ୍ଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯାହାକୁ ନିଜେ ସୋନାକ୍ଷୀ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପ୍ଲୋଡ଼୍ କରିଛନ୍ତି । ଏହି ଭିଡ଼ିଓ ଅପ୍ଲୋଡ଼୍ କରିବା ସହ କ୍ୟାଟ୍ରିନାଙ୍କ ସହ ବ୍ୟାୟାମ କରିବା ଶରୀର ପାଇଁ ହାନିକାରକ ବୋଲି ସୋନାକ୍ଷୀ ଲେଖିଥିବା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ସୋନାକ୍ଷୀ ଏବଂ କ୍ୟାଟ୍ରିନା ଉଭୟେ ସଲମାନଙ୍କ ଦ ବ୍ୟାଙ୍ଗ୍ ଟୁର୍ ପାଇଁ ଏବେ ଆମେରିକାରେ ଅଛନ୍ତି । କାମରୁ ଫୁରସତ୍ ମିଳିବା ପରେ ଦୁହେଁ ସାଥି ହୋଇ ଜିିମ୍ ଯାଇଥିବା ବେଳେ ସାଥି ହୋଇ ବ୍ୟାୟାମ କରିଥିଲେ । କିଛି ସମୟ ବ୍ୟାୟାମ କରିବା ପରେ କ୍ୟାଟ୍ରିନା ଠିକ୍ ଥିବା ବେଳେ ସୋନାକ୍ଷୀ ପାଟି କରିବାକୁ ଲାଗୁଛନ୍ତି । କରୁଥିବା ବ୍ୟାୟାମଟି କରିବା ପାଇଁ ସୋନାକ୍ଷୀଙ୍କୁ କଷ୍ଟ ଲାଗୁଥିବାରୁ ସେ ଛାଡ଼ିବାକୁ କହୁଥିବା ବେଳେ କ୍ୟାଟ୍ରିନା ତାଙ୍କ କଥା ନ ଶୁଣି ବ୍ୟାୟାମ କରି ଚାଲିଥିଲେ । ସୋନାକ୍ଷୀଙ୍କୁ ପାଟି କରୁଥିବାର ଦେଖି କ୍ୟାଟ୍ରିନା ହସୁଥିବାର ଦେଖିବାକୁ ମିଳିଥିଲା ।