ତାପସୀଙ୍କ ଫ୍ୟାନ ହେଲେ ଅମିତାଭ ବଚ୍ଚନ,ଟ୍ୱିଟ କରି ପଚାରିଲେ ଏହି ପ୍ରଶ୍ନ ।
ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁ ଫିଲ୍ମ ପିଙ୍କରେ ଏକା ସାଙ୍ଗରେ ନଜର ଆସିଥିଲେ । ବିଗ ବି ଅଧିକାଂଶ ସମୟରେ ତାପସୀଙ୍କ ଆକ୍ଟିଙ୍ଗ ଓ ଟ୍ୟାଲେଂଟକୁ ଖୁବ ପ୍ରଶଂସା କରନ୍ତି । ନିକଟରେ ତାପସୀଙ୍କ ଅପକିମିଂ ଫିଲ୍ମ ମୁଲ୍କର ଟ୍ରେଲର ରିଲିଜ ହୋଇଛି । ସେଥିରେ ତାପସୀଙ୍କ ଅଭିନୟ ଦେଖି ଅମିତାଭ ତାପସୀଙ୍କ ଫ୍ୟାନ ହୋଇ ସାରିଛନ୍ତି ।
T 2862 – https://t.co/yAMen6Dyjp
the trailer of ‘Mulk’ .. my wishes and love ..@taapsee .. oye kudiye , kiniyaan picturaan karege yaar ik saal vich ??— Amitabh Bachchan (@SrBachchan) July 9, 2018
ଟ୍ୱିଟରରେ ମୁଲ୍କର ଫଟୋ ସେୟାର କରି ଅମିତାଭ ବଚ୍ଚନ ଏକ ପ୍ରଶ୍ନ କରିଛନ୍ତି, ଓଏ କୁଡ଼ିଏ କିନିୟାଁ ପିକଚର କରେଙ୍ଗି ୟାର ଇକ ସାଲ ବିଚ ମେଁ? ବିଗ ବଙ୍କ ପ୍ରଶ୍ନରେ ତାପସୀ ଲେଖିଛନ୍ତି ହାହାହା ସର ଆପ ହାଁ କରେ ଏକ ଦୋ ଔର କରତେ ହେଁ ସାଥ ମେଁ । ଖବର ଅନୁସାରେ ପିଙ୍ଗ ପରେ ଅମିତାଭ ଓ ତାପସୀ ଫିଲ୍ମ ‘ବଦଲା’ରେ ଏକା ସାଙ୍ଗରେ ନଜର ଆସିବେ ।