ଅବିବାହିତ ଅଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ! ହୋଇପାରେ ସ୍ମୃତି ଲୋପ
ଅନେକ ଲୋକ ଅଛନ୍ତି ଯେଉଁମାନେ ସର୍ବଦା ଏକୁଟିଆ ରହିବାକୁ ପସନ୍ଦ କରନ୍ତି । କାରଣ ସେମାନେ କୌଣସି ଝାମଲାରେ ପସିବାକୁ ଚାହାନ୍ତି ନାହିଁ । ଏବଂ ସେଥିପାଇଁ ବିବାହ ମଧ୍ୟ କରନ୍ତି ନାହିଁ । ଯଦି ଆପଣମାନଙ୍କ ମଧ୍ୟରୁ କେହି ଅବିବାହିତା ଅଛନ୍ତି । ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଅର୍ଦ୍ଧ ବୟସ୍କରେ ସ୍ମରଣଶକ୍ତି ହ୍ରାସ ହୋଇପାରିବ ବୋଲି ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ।
ଏହି ଅଧ୍ୟୟନରୁ ଆହୁରି ଏକ କଥା ଜାଣିବାକୁ ମିଳିଛି ଯେ ବିବାହ ବିଚ୍ଛେଦ ପରେ ଏକୁଟିଆ ରହୁଥିବା ଲୋକମାନଙ୍କ ଜୀବନର ଅନ୍ତିମ ଚରଣରେ ଅଲ୍ ନାମକ ଏକ ରୋଗ କୁ ସାମ୍ନା କରିବାକୁ ପଡିଥାଏ ।ସ୍ୱିଡେନର କ୍ୟାରୋଲିଂସ୍କା ଇଂଷ୍ଟୁଚୁଟ ର ଏକ ଦଳ ଏହି ବିଷୟରେ ଅଧ୍ୟୟନ କରିଥିଲେ ଏବଂ ଜୀବନର ମଧ୍ୟ ଭାଗରେ ଜୀବନ ସାଥୀ ମାନଙ୍କର ମହତ୍ୱ ଜାଣିବାକୁ ଚେଷ୍ଟାକରିଥିଲେ । ଏଥିରୁ ଜଣା ପଡିଥିଲା ଯେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଛାଡପତ୍ର ପରେ ଏକୁଟିଆ ରହିଥାନ୍ତି ।ଏବଂ ଜୀବନର ଶେଷ ମୂହୂର୍ତ୍ତରେ ସେମାନଙ୍କୁ ଅଲ୍ ହେବାର ତିନିଗୁଣା ଅଧିକ ସମ୍ଭାବନା ଥାଏ ।
ଅବିବାହିତା,ଛାଡପତ୍ର ବ୍ୟକ୍ତିତ୍ୱ ଏବଂ ବିଧବା ମାନେ ସମାଜରେ ଏକୁଟିଆ ରହୁଥିବା ଯୋଗୁଁ ଖୁବ୍ ଶୀଘ୍ର ସ୍ମରଣ ଶକ୍ତି ହ୍ରାସ ହେବାର ସମ୍ଭାବନା ଥାଏ ।ଗବେଷକ ମାନଙ୍କର କହିବାନୁଯାୟୀ ଯୁଗଳ ସମ୍ବନ୍ଧ ସାଧାରଣତଃ ସାମାଜିକ ଏବଂ ବୈଦିକ ରୀତି ଅନୁଯାୟୀ ସବୁଠାରୁ ଭଲ ସ୍ୱରୁପ । ଯଦି ସାମାଜିକ ଏବଂ ବୈଦିକ ସମ୍ବନ୍ଧ ଦ୍ୱାରା ସ୍ମତିଶକ୍ତି ଲୋପ ହେବାରୁ ରକ୍ଷା ମିଳିଥାଏ ତେବେ ଲୋକମାନଙ୍କୁ ନିଜର ଜୀବନସାଥୀଙ୍କ ସହିତ ଏକାଠି ରହିବା ଦରକାର । ଏହି ଗବେଷଣା ବୈବାହିକ ଜୀବନର ଲାଭକୁ ପ୍ରଦର୍ଶିତ କରିଥାଏ ବୋଲି ଜଣେ ଅଗ୍ରଣୀୟ ଗବେଷକ କ୍ରିଷ୍ଟର ହଂକସନ୍ କହିଛନ୍ତି ।
ଲଣ୍ଡନର ଏକ ଖବରକାଗଜ ଡେଲିମେଲି ଅନୁସାରେ ଏହି ଗବେଷଣାରେ ୧ ହଜାର ୪୯୮ ଲୋକଙ୍କୁ ସାମିଲ୍ କରାଯାଇଥିଲା ।ଏବଂ ସେମାନଙ୍କ ଜୀବନର ମଧ୍ୟଭାଗ ସଂପର୍କରେ ପଚରାଯାଇଥିଲା ।ଏହାର ୨୧ ବର୍ଷପରେ ସେହି ଲୋକମାନଙ୍କ ସହ ସଂପର୍କ କରିବାରୁ ଜାଣିବାକୁ ମିଳିଥିଲା ଯେ ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକ ଅଲ୍ ରୋଗର ଶିକାର ହୋଇଛନ୍ତି ।