Only for Entertainment

ମୃତ୍ୟୁ ପରେ ସନ୍ତାନକୁ ଜନ୍ମ ଦେଲେ ମହିଳା !

MIRROR
0 47

ଦୁନିଆରେ ଏପରି ଅନେକ ରହସ୍ୟମୟ କଥା ରହିଛି, ଯାହା ସମ୍ଭନ୍ଧରେ ଆମେ ଆଜି ପର୍ଯ୍ୟନ୍ତ ଜାଣିପାରୁନାହିଁ । ଏହିପରି ଏକ ଘଟଣା ଦକ୍ଷିଣ ଆଫ୍ରିକାର ଏକ ଗ୍ରାମରେ ଘଟିଛି, ଯେଉଁଠାରେ ଜଣେ ମହିଳା ମରିବା ପରେ ଏକ ଛୁଆକୁ ଜନ୍ମ ଦେଇଛନ୍ତି । ଏହି ଘଟଣା ପରେ ବୈଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ମହିଳା ଜଣକ ମରିବାର ୧୦ ଦିନ ପରେ ପିଲାଟିକୁ ଜନ୍ମ ଦେଇଥିଲେ ।

ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକାର ମଥିୟସୀ ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ପରେ ମହିଳାଙ୍କ ଶବକୁ ୧୦ ଦିନ ପର୍ଯ୍ୟନ୍ତ ହସପିଟାଲରେ ରଖାଯାଇଥିଲା । ପରେ ହସପିଟାଲ କର୍ତ୍ତୃପକ୍ଷ କଫିନରେ ଥିବା ମହିଳାଙ୍କ ଶବକୁ ପରିବାର ଲୋକଙ୍କୁ ଦେଇଦେଇଥିଲେ । ହେଲେ ପରିବାର ଲୋକେ ମହିଳାଙ୍କ କଫିନକୁ ଘରକୁ ନେବାପରେ ତା ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । କଫିନ ମଧ୍ୟରେ ଏକ ନବଜାତ ପିଲା ଥିଲା । ହେଲେ କଫିନଟି ବନ୍ଦ ଥିବା କାରଣରୁ ତାର ମୃତ୍ୟୁ ହୋଇଯାଇଥିଲା । ପରେ ପରିବାର ଲୋକେ ମା’ ପିଲାର ସଂସ୍କାର ମଧ୍ୟ କରିଥିଲେ ।

ପରେ ଏହି ଘଟଣାର ଗବେଷଣା ଆରମ୍ଭ କରିଥିଲେ ବୈଜ୍ଞାନିକ ଏବଂ ଡାକ୍ତର ମାନେ । ପରେ ଜଣାପଡିଲା ଯେ, ମୃତ୍ୟୁ ବେଳକୁ ମହିଳା ଜଣକ ୯ମାସର ଗର୍ଭବତୀ ଥିଲେ । ୧୦ ଦିନ କାଳ ଶବକୁ ହସପିଟାଲରେ ନିର୍ଦ୍ଧିଷ୍ଟ ତାପମାତ୍ରାରେ ରଖାଯାଇଥିଲା । ଶରୀରର କାର୍ଯ୍ୟ ବନ୍ଦ ହେବାପରେ ଶରୀରରେ ବିଭିନ୍ନ ପ୍ରକାର ଗ୍ୟାସ ସୃଷ୍ଟି ହେଲା । ପେଟ ଫୁଲିବା ଯୋଗୁ ଏବଂ ଅତ୍ୟନ୍ତ ଗ୍ୟାସ ଯୋଗୁ ପିଲାଟି ବାହାରକୁ ଆସିଯାଇଥିଲା । ହେଲେ ଜନ୍ମ ବେଳେ ପିଲାଟା ବଞ୍ଚିଥିଲା କି ମରିଥିଲା, ତାହା ଜଣାପଡିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More