ପୁଣିଥରେ ନିର୍ମାଣ ହେବ ସଂଜୟ ଦତ୍ତଙ୍କ ବାୟୋପିକ, ରାମ ଗୋପାଲ ବର୍ମା ଉଠାଇବେ ଅନେକ ରାଜରୁ ପରଦା ।
ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ସଂଜୁ’ ବକ୍ସ ଅଫିସରେ ଅନେକ ରେକର୍ଡ କରିଛି । ଲୋକଙ୍କୁ ଫିଲ୍ମ ଖୁବ ପସନ୍ଦ ଆସିଥିବା ବେଳେ କିଛି ଲୋକ ରାୟ ଦେଇଥିଲେ ଫିଲ୍ମରେ ସଂଜୟ ଦତ୍ତଙ୍କ ଛବିକୁ ଲୋକଙ୍କ ଆଗରେ ଭଲ ଦେଖାଇବା ପାଇଁ ପ୍ରୟାସ କରାଯାଇଛି ।
ଏବେ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ସଂଜୟ ଦତ୍ତଙ୍କ ଜୀବନକୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ରାମ ଗୋପାଲ ବର୍ମା ଏହାର ଖୁଲାସା ନିଜେ କରିଛନ୍ତି, ସେ କହିଛନ୍ତି ଯେ ହଁ ମୁଁ ଏହି ଫିଲ୍ମ ନିର୍ମାଣ କରିବି ।
କିନ୍ତୁ ଏହି ଫିଲ୍ମରେ କେଉଁ କଳାକାରଙ୍କୁ କାଷ୍ଟ କରାଯିବ ଏବଂ କାହାଣୀରେ ସଂଜୟ ଦତ୍ତଙ୍କ ଜୀବନ ସହିତ ଜଡିତ କେଉଁ ସବୁ ରାଜର ଖୁଲାସା ହେବ ତାହା ବିଷୟରେ କିଛି ସୂଚନା ଦେଇନାହାଁନ୍ତି । ଖବର ଅନୁସାରେ ଫିଲ୍ମରେ କେବଳ ୧୯୯୩ରେ ହୋଇଥିବା ବମ ବ୍ଲାଷ୍ଟ ଏବଂ ସଂଜୟ ରଖିଥିବା ଏକେ-୫୬ ବିଷୟରେ ଫିଲ୍ମରେ ସ୍ଥାନ ପାଇବ ।
ଫିଲ୍ମ ବିଷୟରେ କହିବାକୁ ଗଲେ ରାଜ କୁମାର ହିରାନୀଙ୍କ ଫିଲ୍ମ ସଂଜୁ ବକ୍ସ ଅଫିସରେ ଅନେକ ରେକର୍ଡ କରିଛି । ଏବେ ଦେଖିବାକୁ ବାକିରହିଲା ରାମ ଗୋପାଳ ବର୍ମାଙ୍କ ଫିଲ୍ମ କେଉଁ ଅନ୍ଦାଜରେ ସଂଜୟ ଦତ୍ତଙ୍କ ଜୀବନକୁ ଦର୍ଶକଙ୍କ ମାମ୍ନାକୁ ଆଣିବ ।