ନାଗୀନ୩’ ଏବଂ କୟାମତ କି ରାତ’ ଟିଭି ସିରିଅଲର ବଢୁଥିବା ଟିଆରପି କାରଣରୁ ସମସ୍ତ ଟିଭି ସିରିଅଲ ପ୍ରଡ୍ୟୁସରଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗୀତା ସୃଷ୍ଟି ହୋଇଛି । ଏହାକୁ ନଜରରେ ରଖି ମେକର୍ସ କିଛି ନୂଆ ଦେଖାଇ ଦର୍ଶକଙ୍କ ମନକୁ ଜିତିବାକୁ ଚାହୁଛନ୍ତି । ଏହି ସ୍ତରରେ ଷ୍ଟାର ପ୍ଲସରେ ଆସୁଛି ଆଗାମୀ ସିରିଅଲ ‘ନଜର’ । ଏହି ସିରିଅଲକୁ ନେଇ ଅନେକ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଥିଲା ମାତ୍ର ଏବେ ବିଗବସ୧୦ର ପ୍ରତିଯୋଗୀ ଥିବା ଭୋଜପୁରୀ ଅଭିନେତ୍ରୀ ମୋନାଲିସା ଖୁବ ଶୀଘ୍ର ପରଦାରେ ‘ନଜର’ସିରିଅଲ ଜରିଆରେ ସାମ୍ନାକୁ ଆସିବାକୁ ଯାଉଛନ୍ତି ।
ସେ ଏହି ଥ୍ରିଲର ସିରିଅଲରେ ଡାହାଣୀ ଭୂମିକା ତୁଲାଇବେ । ନୂଆ ପ୍ରମୋ ଦେଖି ଆପଣ ମଧ୍ୟ ଅନ୍ଦାଜ ଲଗାଇପାରିବେ କି ଏହି ସିରିଅଲରେ ମୋନାଲିସାଙ୍କ ଭୂମିକା କେତେ ଭୟାନକ ହୋଇଥିବ ।
ଖବର ମୁତାବକ ଏହି ଫିଲ୍ମରେ ମୋନାଲିସା ‘ନିୟତି’ଭୂମିକାରେ ନଜର ଆସିବେ । ଯିଏ ନିଜ ଜେଜେମା, ଜେଜେ ବାପାଙ୍କ ସହ ମିଶି ରହୁଛି ଏବଂ ତାଙ୍କର ଯତ୍ନ ନେଉଛି । ଶୋ’ରେ ଏକ ଫ୍ଲାସବ୍ୟାକ ଦେଖାଯିବ ଯେ କିଭଳି ଏକ ସାଧାରଣ ଝିଅ ଡାହାଣୀରେ ପରିଣତ ହେଉଛି ।
ଏହି ସିରିଅଲ ୩୦ଜୁଲାଇରେ ଟେଲିକାଷ୍ଟ କରାଯିବ । ଏହି ସିରିଅଲକୁ ଗୁଲ ଖାନ ପ୍ରଡ୍ୟୁସ କରୁଛନ୍ତି । କେବଳ ଏହା ଦେଖିବା ବାକି ରହିଲା ଯେ ଏହି ସିରିଅଲ ଟିଆରପି ରେସରେ ନିଜର ଜାଗା ବିସ୍ତାର କରିପାରୁଛି କି ନାହିଁ ।