ଏବେ ଟିଭି ଶୋରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି ଜୟା ପ୍ରଦା !
ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ ଏବଂ ପୂର୍ବ ସାଂସଦ ଜୟା ପ୍ରଦା ଏବେ ଛୋଟ ପରଦାରେ ଆସିବେ ନଜର । ଖବର ମୁତାବକ ଜୟା ପ୍ରଦା ଆଣ୍ଡ ଟିଭିରେ ଆସୁଥିବା ସିରିଅଲ ପରଫେକ୍ଟ ପତିରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଶୋରେ ମୁଖ୍ୟ ଅଭିନେତାଙ୍କ ମା ଭୂମିକାରେ ନଜର ଆସିବେ ଜୟା ପ୍ରଦା । ଏଥିରେ ତାଙ୍କ ନାଁ ରହିଛି ରାଜଶ୍ରୀ ରାଠୋର । ଯିଏ ଜଣେ ବିନ୍ଦାସ ଏବଂ ଆତ୍ମ ବିଶ୍ୱାସୀ ଏବଂ ସଶକ୍ତ ଆଧୁନିକ ମହିଳା । ଗୋଟେ ପଟେ ସେ ଘର ଏବଂ ଅନ୍ୟ ପଟେ ପୁଅର ବ୍ୟବସାୟ ସମ୍ଭାଳୁଥିବାର ନଜର ଆସିବେ । ଏହି ସିରିଅଲରେ ତାଙ୍କର ଭୂମିକା କିଛି ଏହିଭଳି ରହିଛି ।
ସ୍ୱର୍ଗ ସେ ସୁନ୍ଦର, ତୋହଫା, ଶରାବୀ, ଔଲାଦ ଭଳି ଅନେକ ଫିଲ୍ମରେ ନଜର ଆସିଥିଲେ ଜୟା ପ୍ରଦା । ସେ ଏହି ଅପକମିଂ ସିରିଅଲକୁ ନେଇ ଖୁବ ଉତ୍ସାହିତ ବୋଲି କହିଛନ୍ତି । ସେ ମହିଳାଙ୍କର ଏଭଳି ଚରିତ୍ରରେ ଅଭିନୟ କରିବାକୁ ପାଇଥିବାରୁ ଖୁବ ଖୁସି ଅଛନ୍ତି ।