ହାଇଦ୍ରାବାଦରେ ଜନ୍ମ ନେଲା ଦକ୍ଷିଣ ପୂର୍ବ ଏସିଆର ସବୁଠାରୁ ଛୋଟ ଶିଶୁ, ଓଜନ ଏବଂ ଲମ୍ବା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।
ଗୋଟିଏ ଛୁଆ ଦୁନିଆକୁ ଆସିବାର ପ୍ରକ୍ରିୟା ଖୁବ ଜଟିଳ ହୋଇଥାଏ । ମା’ର ଗର୍ଭରେ ଆକାର ନେବା ଠାରୁ ଆରମ୍ଭ କରି ଜନ୍ମ ନେବା ପର୍ଯ୍ୟନ୍ତ ଛୁଆର ସଠିକ ଯତ୍ନ ନେବା ଆବଶ୍ୟକ । ଏପରି କିଛି କେସ ଥାଏ ଯେଉଁଥିରେ ଆରମ୍ଭରୁ ହିଁ ସମସ୍ୟା ଦେଖାଯାଇଥାଏ । ଅନେକ ସମୟରେ ଛୁଆ ନଅ ମାସ ମା’ ଗର୍ଭରେ ରହିପାରେ ନାହିଁ ଏବଂ ସମୟ ପୂର୍ବରୁ ହିଁ ଜନ୍ମ ହୋଇଯାଇଥାଏ । ଏପରି ଛୁଆମାନଙ୍କର ବଞ୍ଚିବାର ସମ୍ଭାବନା ଖୁବ କମ ଥାଏ । କିନ୍ତୁ ଦୁନିଆରେ ଏପରି ବି କିଛି ଯୋଗ୍ୟ ଡାକ୍ତର ଅଛନ୍ତି ଯେଉଁମାନେ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରନ୍ତି । ଏହି ଭଳି କିଛି ଘଟିଛି ହାଇଦ୍ରାବାଦରେ । କିଛି ଯୋଗ୍ୟ ଡାକ୍ତଙ୍କ ପାଇଁ ହାଇଦ୍ରାବାଦର ଏକ କପଲ ଅନୋଖା ଛୁଆକୁ ଜନ୍ମ ଦେଇ ପାରିଛନ୍ତି ।
Put your hands together to applaud the magic team at #RainbowHospitals that made it possible. #SmallestBabyBorn pic.twitter.com/vmsOpq0fUv
— Rainbow Hospitals (@RainbowSpectra) July 19, 2018
ଆଜ୍ଞା ହଁ ହାଇଦ୍ରାବାହର ରେନବୋ ହସ୍ପିଟାଲରେ ନିକଟରେ ଘୋଷଣା କରାଯାଇଥିଲା ଯେ ଦକ୍ଷିଣ ପୂର୍ବ ଏସିଆର ସବୁଠାରୁ ଛୋଟ ଶିଶୁ ଜନ୍ମ ନେଇଛି । ଏହି ଛୋଟ ଝିଅଟିର ନାମ ଚେରୀ । ଜନ୍ମ ହେବା ସମୟରେ ସାଧାରଣ ଶିଶୁଙ୍କର ଓଜନ ୨.୫ ରୁ ୩.୫ କିଲୋ ରହିଥାଏ ଏବଂ ଲମ୍ବା ୪୫ରୁ ୫୦ ସେମି ରହିଥାଏ କିନ୍ତୁ ଏହି ଶିଶୁର ଓଜନ ମାତ୍ର ୩୭୫ ଗ୍ରାମ ଥିଲା ଏବଂ ଲମ୍ବା ମାତ୍ର ୨୦ ସେଣ୍ଟିମିଟର । ଶିଶୁଟିର ଲମ୍ବା ଏତେ ଛୋଟ ଥିଲା ଯେ କୌଣସି ବ୍ୟକ୍ତିର ହାତ ପାପୁଲିରେ ମଧ୍ୟ ରହିଯିବ ।
Welcome this adorable little baby. Proud and emotional day for #RainbowHospitals #SmallestBabyBorn pic.twitter.com/BakQtzVfAM
— Rainbow Hospitals (@RainbowSpectra) July 19, 2018
ସାଧାରଣତଃ ଶିଶୁ ଗର୍ଭ ଧାରଣର ୩୬ରୁ ୪୦ ସପ୍ତାହ ମଧ୍ୟରେ ଜନ୍ମ ହୋଇଥାଏ । କିନ୍ତୁ ଏହି ଶିଶୁଟି ୨୫ ସପ୍ତାହରେ ହିଁ ଜନ୍ମ ହୋଇଯାଇଥିଲା । ଏହି ଛୁଆମାନଙ୍କୁ ପ୍ରି-ମାଚ୍ୟୁୟର ବେବି କୁହାଯାଇଥାଏ । ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁମାନଙ୍କର ଅଙ୍ଗ ପୁରା ଭାବରେ ବିକଶିତ ହୋଇନଥାଏ । ଏବଂ ସେମାନଙ୍କର ବଞ୍ଚିବାର ସମ୍ଭାବନା ଖୁବ କମ ଥାଏ ।
An emotional moment for the parents when they held the baby in their arms. #SmallestBabyBorn pic.twitter.com/3yKDWtw1CR
— Rainbow Hospitals (@RainbowSpectra) July 19, 2018
ଚେରୀର ମାତା ପିତା ପ୍ରେସ କନଫେରେନ୍ସ କରି ଶିଶୁଟି ଜନ୍ମ ହେବାର ସୂଚନା ଦେଇଥିଲେ । ଡାକ୍ତରଙ୍କ କହିବା ଅନୁସାରେ ଚେରୀ ୪ ମାସ ପୂର୍ବରୁ ଜନ୍ମ ହୋଇଯାଇଥିଲା । ଏପରି ବେବିମାନଙ୍କର ବଂଚିବାର ସମ୍ଭାବନା ୦.୫ ପ୍ରତିଶତ ଥାଏ । ଏହି ଶିଶୁମାନଙ୍କୁ ଇନଫେକ୍ସନର ଆଶଙ୍କା ରହିଥାଏ ଏବଂ ଏହା ଫଳରେ ଅଙ୍ଗ କାମ କରିବା ବନ୍ଦ କରିଦେଇଥାଏ । ଏବଂ ଶିଶୁର ମୃତ୍ୟୁ ହୋଇଥାଏ । କିନ୍ତୁ ଏହି ହସ୍ପିଟାଲର ଡାକ୍ତରମାନେ ଅସମ୍ଭବକୁ ସଂଭବ କରି ଦେଖାଇଛନ୍ତି । ବର୍ତ୍ତମାନ ଶିଶୁର ଓଜନ ୨.୫ କିଲୋ ରହିଛି ଏବଂ ଚେରୀର ମାତା ପିତା ଖୁବ ଖୁସି ଅଛନ୍ତି ।
Adorable feet of the #SmallestBabyBorn. Proud moment for #RainbowHospitals and the team of doctors pic.twitter.com/xjAk2wa49w
— Rainbow Hospitals (@RainbowSpectra) July 19, 2018