ପୁଣିଥରେ ଇଣ୍ଟରନେଟରେ ହଇଚଇ ସୃଷ୍ଟି କଲେ ତୈମୁର, ଷ୍ଟାର କିଡସଙ୍କ ସହିତ ଏହିପରି କଲେ ମସ୍ତି, ଦେଖନ୍ତୁ ଭିଡିଓ ।
କରୀନା କପୁର ଏବଂ ସୈଫ ଅଲୀ ଖାନଙ୍କ ପୁଅ ତୈମୁର ଅଲୀ ଖାନଙ୍କ ନାମ କ୍ୟୁଟ ଷ୍ଟାର କିଡଙ୍କ ତାଲିକାରେ ରହିଛି । ତୈମୁରଙ୍କ ମାତ୍ର ଦେଢ ବର୍ଷ ବୟସର ହୋଇଥିବା ବେଳେ ତାଙ୍କର ପପୁଲାରିଟି କୌଣସି ବଡ ଷ୍ଟାରଙ୍କ ଠାରୁ କମ ନୁହେଁ । ତୈମୁରଙ୍କ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଏହା ଭାଇରାଲ ହେବା ପାଇଁ ସମୟ ଲାଗିନଥାଏ । ଇତି ମଧ୍ୟରେ ତୈମୁରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ସେ କରନ ଜୋହରଙ୍କ ଜାଆଁଳା ଛୁଆ ୟଶ ଏବଂ ରୁହିଙ୍କ ସହିତ ଖେଳୁଥିବାର ଦେଖିବାକୁ ମିଳିଛି । କରନ ଜୋହର ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ସେୟାର କରାଯିବାର ମାତ୍ର ୧୪ ଘଣ୍ଟା ମଧ୍ୟରେ ତୈମୁରଙ୍କ ଏହି ଭିଡିଓକୁ ୮ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।
ଦେଖନ୍ତୁ ଭିଡିଓ-