ଫିଟନେସ କେବଳ ମହିଳା ମାନଙ୍କ ପାଇଁ ନୁହେଁ ବରଂ ପୁରୁଷ ମାନଙ୍କ ପାଇଁ ମଧ୍ୟ । କିନ୍ତୁ ମହିଳାଙ୍କୁ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ । କାରଣ ଓଜନ ବୃଦ୍ଧି ସେମାନଙ୍କ ଶରୀରର ଗଢଣିକୁ ପଦଳାଇ ଦେଇଥାଏ । ଅଧିକାଂଶ ମହିଳା ପରଫେକ୍ଟ ଫିଗର ପାଇବା ପାଇଁ ଘଂଟା ଘଂଟା ଧରି ବ୍ୟାୟାମ କରିଥାନ୍ତି । କିନ୍ତୁ ଯେତେ ପରିଶ୍ରମ କଲେ ମଧ୍ୟ ମନ ମୁତାବକ ଫିଗର ମିଳେନାହିଁ । କାରଣ ସେମାନଙ୍କର କେତେକ ତ୍ରୁଟି ଯୋଗୁଁ ଏଭଳି ହୋଇଥାଏ । ଆସନ୍ତୁ ସେ ସବୁ ବିଷୟରେ ଆଲୋଚନା କରିବା ।
ଜିମ ଯିବାର ଅଧ ଘଂଟା ପୂର୍ବରୁ ବ୍ଲାକ କଫି ପିଇବା ଉଚିତ । ଏହା ଦ୍ୱାରା ଶରୀର ଫିଟ ରହିଥାଏ ଏବଂ ଓଜନ ହ୍ରାସ ହୋଇଥାଏ ।
କାରଣ ଏଥିରେ ଥିବା କାଫିନ ନର୍ଭସ ବ୍ୟବସ୍ଥାକୁ ଆକ୍ଟିଭ କରିଥାଏ । ଯାହା ଦ୍ୱାରା ୱର୍କ ଆଉଟ ଉପରେ ଫୋକସ ରହିଥାଏ ।
ଗ୍ରୀନ ଟି ପିଇବା ଦ୍ୱାରା ମଧ୍ୟ ଓଜନ କମ ହୋଇଥାଏ । ଏହା ମେଟାବୋଲିଜିମକୁ ବଢାଇ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଏହା ମୁଡ ମଧ୍ୟ ଠିକ ରଖିଥାଏ । ଯଦି ୱର୍କ ଆଉଟ ପୁର୍ବରୁ ଏହାକୁ ସେବନ କରାଯାଏ ତେବେ ଖୁବ ଫାଇଦା ମିଳିଥାଏ ।
ୱର୍କ ଆଉଟର ୧ ଘଂଟା ପୂର୍ବରୁ କଦଳୀ ଖାଇବା ଉଚିତ । ଏହା ଦ୍ୱାରା ଶକ୍ତି ମିଳିଥାଏ ।