୮ ଜଣ ନର ରାକ୍ଷସଙ୍କ ଛେଳି ସହିତ ଗ୍ୟାଙ୍ଗରେପ,ଘଟଣା ପରେ ନିରୀହର ଗଲା ଜୀବନ ।
ହରିୟାଣାରେ କେବଳ ମହିଳା ନୁହଁନ୍ତି ବରଂ ପଶୁମାନେ ମଧ୍ୟ ଅସୁରକ୍ଷିତ । ଏହିଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ୮ ଜଣ ନର ରାକ୍ଷସ ଏକ ଛେଳିକୁ ଗ୍ୟାଙ୍ଗରେପ କରିଛନ୍ତି । ଘଟଣାର କିଛି ସମୟ ପରେ ଛେଳିଟି ଯନ୍ତ୍ରଣାରେ ମୃତ୍ୟୁବରଣ କଲା । ଛେଳି ମାଲିକ ଏହି ଘଟଣା ସମ୍ବଦ୍ଧରେ ମାମଲା ରୁଜୁ କରିଛନ୍ତି ।
ଏହି ଲଜ୍ଜାଜନକ ଘଟଣା ମେବାତର ମରୋଡ଼ା ଗାଁର । ଯେଉଁଠାରେ ଏକ ଛେଳି ସହିତ ଏଭଳି ଅପ୍ରାକୃତିକ ଘଟଣା ଘଟାଯାଇଛି । ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମବାସୀ ଜଣେ ୩ ଜଣ ଦୋଷୀଙ୍କୁ ଧରି ଖୁବ ପିଟିଛନ୍ତି । ଏହାପରେ ପୋଲିସରେ ଦେବାପାଇଁ ଛାଡ଼ି ଦେଇଥିଲେ ।
ବାସ୍ତବରେ ୨୫ ଜୁଲାଇ ରାତିରେ ଜୁଆ ଏବଂ ମଦ ନିଶାରେ ୮ ଜଣ ଯୁବକ ଏକ ଛେଳିକୁ ନିଛାଟିଆ ସ୍ଥାନକୁ ନେଇ ଏହି ଘଟଣା ଘଟାଇଛନ୍ତି । ନିରୀହ ଜୀବଟି ଏହି ଦୁଷ୍କର୍ମ ସହି ନପାରି ୨୬ ଜୁଲାଇକୁ ନିଃଶ୍ୱାସ ତ୍ୟାଗ କରିଛି । ମାଲିକର କହିବା ଅନୁସାରେ ଛେଳି ଦୁଇ ମାସ ଧରି ଗର୍ଭବତୀ ଥିଲା । ପୋଲିସ ଛେଳି ମାଲିକର ବୟାନ ଅନୁସାରେ ମାମଲା ରୁଜୁ କରିଛି । ଏବେ ଛେଳିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଘଟଣା ପରିଷ୍କାର ହୋଇଯିବ । ଅବଶ୍ୟ ଏହି ଘଟଣାରେ ଏପର୍ଯ୍ୟନ୍ତ କାହାକୁ ମଧ୍ୟ ଗିରଫ କରାଯାଇନାହିଁ ।