ଟିମ ବ୍ରହ୍ମାସ୍ତ୍ରକୁ ଅମିତାଭ ଦେଲେ ସିଙ୍ଗଡ଼ା ପାର୍ଟି,ଟ୍ୱିଟ କରି ଜଣାଇଲେ ଉପଲବ୍ଧି ।
ଫିଲ୍ମ ବ୍ରହ୍ମାସ୍ତ୍ରର ପୂରା ଟିମ ଏବେ ବୁଲଗାରିୟାରେ ସୁଟିଂ କରୁଛନ୍ତି । ନିକଟରେ ଅମିତାଭ ବଚ୍ଚନ ପୂରା ଟିମକୁ ସିଙ୍ଗଡ଼ା ପାର୍ଟି ଦେଇଛନ୍ତି । ଏହା ସହିତ ଅମିତାଭ ଟ୍ୱିଟରରେ ଟ୍ୱିଟ କରି ଲେଖିଛନ୍ତିଯେ ବୁଲଗାରିୟାର ସୋଫିଆରେ ବ୍ରହ୍ମାସ୍ତ୍ରର ପୂରା ଟିମକୁ ବଡ଼ା ପାଓଁ ଏବଂ ସିଙ୍ଗଡ଼ା ଖୁଆଇ ବଡ଼ ଉପଲବ୍ଧି ମିଳିଛି ।
T 2883 – Feeding the entire unit of ‘Brahmastra’ in the wilds of Sofia, Bulgaria with ‘vada pau’ and ‘samosa’, was quite an accomplishment, by moi ..
— Amitabh Bachchan (@SrBachchan) July 31, 2018
ଫିଲ୍ମ କଥା ଆଲୋଚନା କରିବା ତ ଫିଲ୍ମକୁ ଆୟାନ ମୁଖାର୍ଜୀ ନିର୍ଦ୍ଦେଶନା ଦେଉଛନ୍ତି ।ଫିଲ୍ମରେ ଅମିତାଭ,ରଣବୀର ଏବଂ ଆଲିୟାଙ୍କ ବ୍ୟତୀତ ନାଗାର୍ଜୁନ ମଧ୍ୟ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ଡେକାନ କ୍ରୋନିକଲର ରିପୋର୍ଟ ଅନୁସାରେ ନାଗାର୍ଜୁନ ଲମ୍ବା ସମୟ ଧରି ହିନ୍ଦୀ ଫିଲ୍ମକୁ ଫେରିବା ପାଇଁ ପ୍ଲାନିଙ୍ଗ କରୁଥିଲେ । କିନ୍ତୁ କୌଣସି ଭଲ ଫିଲ୍ମ ନମିଳିବାରୁ ସେ ଫିଲ୍ମ ପାଇଁ କେବେ ମଧ୍ୟ ହଁ କରିନଥିଲେ ।