କରଣ ଜୋହରଙ୍କ ଏହି ଫିଲ୍ମରେ ନଜର ଆସିବେ ହିଟ ଯୋଡ଼ି ଅକ୍ଷୟ ଏବଂ କରୀନା ।
କରଣ ଜୋହର ପୁଣିଥରେ ହିଟ ଯୋଡ଼ି ଅକ୍ଷୟ କୁମାର ଏବଂ କରୀନା କପୁର ଖାନଙ୍କୁ ବଡ଼ ପରଦାକୁ ଆଣୁଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ରାଜ ମେହତା । ରାଜ ମେହତା ପୂର୍ବରୁ ହମ୍ପଟି ଶର୍ମା କି ଦୁଲହନିୟା ଏବଂ ବଦ୍ରିନାଥ କି ଦୁଲହନିଆର ନିର୍ଦ୍ଦେଶନା ଦେଇ ସାରିଛନ୍ତି ।
ଲୋକପ୍ରିୟ ଯୋଡ଼ି ଅକ୍ଷୟ ଏବଂ କରୀନା ଏକା ସାଙ୍ଗରେ ଏକାଧିକ ଫିଲ୍ମରେ ନଜର ଆସିଛନ୍ତି ଏବଂ ଦର୍ଶକଙ୍କ ମନୋରଂଜନ କରିଛନ୍ତି । ୨୦୦୧ରେ ଅଜନାବୀ, ୨୦୦୪ରେ ଏତରାଜ, ୨୦୦୯ରେ କମବଖତ ଇସ୍କ ଓ ୨୦୧୫ରେ ଗବର ଇଜ ବ୍ୟାକ ଆଦି ସୁପରହିଟ ଫିଲ୍ମରେ ଏହି ହିଟ ଯୋଡ଼ି ନିଜର ଜଲୱା ଦେଖାଇ ସାରିଛନ୍ତି । ଫିଲ୍ମରେ ଦିଲଜିତ ଦୋସାଂଝ ଏବଂ କିଆରା ଆଡ଼ଭାନି ମଧ୍ୟ ନଜର ଆସିବେ । ଫିଲ୍ମର ବିଷୟ ଏକ ସରୋଗେସିକୁ ନେଇ ନିର୍ମାଣ କରାଯିବ ।
ଏକ ଇଂଟରଭ୍ୟୁରେ ଯେତେବେଳେ ଅକ୍ଷୟଙ୍କୁ ଫିଲ୍ମର ନାମ ପ୍ରଶ୍ନ କରାଗଲା ତେବେ ସେ କୌଣସି ଉତ୍ତର ଦେଇ ନଥିଲେ,କିନ୍ତୁ ସେ ହାଉସଫୁଲ ୪ରେ ନଜର ଆସିବ କଥା କହିବା ସମୟରେ ଅନ୍ୟ ଏକ କଥା କହିଛନ୍ତିଯେ ସେ ଅନ୍ୟ ଏକ ଫିଲ୍ମ ଗୁଡ ନ୍ୟୁଜରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାର କାହାଣୀ ସଂପୂର୍ଣ୍ଣ ଭିନ୍ନ । ତେବେ ଏହା ବାସ୍ତବ କାହାଣୀ ଉପରେ ଆଧାରିତ ବୋଲି ଅକ୍ଷୟ କହିଛନ୍ତି ।
ଆପଣ କ’ଣ ଭାବୁଛନ୍ତି ଅକ୍ଷୟ ଏବଂ କରୀନାଙ୍କର ଆଗାମୀ ଫିଲ୍ମର ନାମ କ’ଣ ହୋଇପାରେ ।